ଧରାପଡିଲେ ସିଡିପିଓ, ବିଲ୍ ପାସ୍ ପାଇଁ ନେଉଥିଲେ ୮୦ହଜାର ଟଙ୍କା

କଳାହାଣ୍ଡି  : ଭିଜିଲାନ୍ସ ହାତରେ ଧରାପଡିଲେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସିଡିପିଓ । ଛତୁଆ ବିଲ୍ ପାସ୍ ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଗିରଫ କରିଛି । ଲାଞ୍ଜିଗଡ଼ ଆଇ.ସି.ଡି.ଏସ ସିଡିପିଓ ମୀନା କୁମାରୀ ପାତ୍ର ସୋମବାର ଦିନ କାର୍ଯ୍ୟାଳୟରେ ଲାଂଚ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି । ୫ ଗୋଟି ଏସଏଚଜିର ଛତୁଆ ବିଲ୍ ବାବଦକୁ ୧୧ ଲକ୍ଷ ୫୯ ହଜାର ଟଙ୍କା ବିଲ୍ ପାସ୍ କରିବାକୁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

Leave a Reply

Your email address will not be published. Required fields are marked *