କୋଇଡାରେ ଦିନକୁ ଦିନ ବଢିବାରେ ଲାଗିଛି ଗୋ ଚୋରି

ସୁନ୍ଦରଗଡ : ଗୋ ଚୋରି କରିବାର ନୂଆ ଷ୍ଟ୍ରାଟଜି । ସ୍କର୍ପିଓରେ ହେଉଛି ଚୋରି ।  କୋଇଡାରେ ଦିନକୁ ଦିନ ବଢିବାରେ ଲାଗିଛି ଗୋ ଚୋରି । ରାତିରେ ସକ୍ରିୟ ହେଉଛନ୍ତି ଚୋରମାନେ । କୋଇଡାରୁ ବିଭିନ୍ନ ଗାଁରୁ ୧୦୦ ରୁ ଉର୍ଦ୍ଧ୍ୱ ବଳଦ ଚୋରି ହୋଇସାରିଲେଣି । କିଛି ଦିନ ପୁର୍ବରୁ ଜଣେ ଚୋର ଗୋଠରୁ ମଇଁଷି ଚୋରି କରି ନେଇ ଯିବା ସମୟରେ ଇଣ୍ଡିପୂର୍ ଗ୍ରାମବାସୀମାନଙ୍କ ହାବୁଡ଼ରେ ପଡ଼ିଥିଲା । ଚୋରକୁ କାବୁ କରି ଗାଁ ଲୋକେ ପୋଲିସକୁ ଜୀମା ଦେଇଥିଲେ । ଆଜି ସେହିପରି ରାତିରେ ଅନ୍ୟ ଉପାୟରେ ସ୍କର୍ପିଓ ଗାଡ଼ିରେ ଗୋ ଚୋରି କରି ନେଇଯାଉଥିଲେ । ସେହି ସମୟରେ ମଣ୍ଡଯୋଡା  ଗାଁ ଲୋକ ଜାଣିପାରି ଚୋରକୁ ଧରିବାର ଉଦ୍ୟମ କରୁଥିବାବେଳେ ରାତିର ସୁଯୋଗ ନେଇ ଜଙ୍ଗଲକୁ ଦୌଡ଼ି ପଳାଇ ଥିଲେ । ପରେ ଏକ ସ୍କର୍ପିଓ OD05W2425 ନମ୍ୱର ଥିବା ଗାଡ଼ିକୁ ଧରିବା ଶହ ଗାଡ଼ିରେ ତିନୋଟି ବଳଦ ଛଡେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ପହଞ୍ଚି ଗାଡିକୁ ଜବତ କରିବା ସହ ବଳଦ ମୁକ୍ତ କରି ଅଧିକ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *