ବାଲିଆପାଳ : ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ନୂଆଗାଁ ଗ୍ରାମ ପଞ୍ଚାୟତ ଅଫିସ ପରିସରରେ ସରପଞ୍ଚ ଦିପାରାଣୀ ଦାସ, ସମିତି ସଦସ୍ୟ ପ୍ରଦୀପ ସାମନ୍ତରାୟ ଓ ଯୁବ ସାମ୍ବାଦିକ ପ୍ରଶାନ୍ତ ଦାସଙ୍କ ଉଦ୍ୟମରେ ସୂର୍ଯ୍ୟମଣି ନେତ୍ରାଳୟ ଜଲଶୋହରିଆରୁ ଆସିଥିବା ଡାକ୍ତର ଓ ଷ୍ଟାଫ ଆସି ରୋଗୀଙ୍କ ଆଖି ମାଗଣାରେ ପରୀକ୍ଷା କରି ଅଳ୍ପ କିଛି ମାଗଣାରେ ଔଷଧ ଦେବାର ବ୍ୟବସ୍ତା ଥିଲା ।

ରୋଗୀଙ୍କ ପାଇଁ ବସିବା ଓ ପିଇବା ପାଣିର ବ୍ୟବସ୍ତା ରହିଥିବା ଦେଖିବାକୁ ମିଳିଥିଲା । ଡକ୍ଟର ତୁଷାର ସିଟ, କୁମ୍ପାଂଡର ହରେନ୍ଦ୍ର ଦତ୍ତ, ମମତା ମହାପାତ୍ର, ଦୁର୍ଗା ନାୟକ, ମନିଲତା ଦାସ ଓ ଲନିଲ ଦାଶ ସକାଳ ନଅ ଟାରୁ ଦିବା ଦୁଇ ଟା ପ୍ରଯ୍ୟନ୍ତ ରୋଗୀମାନଙ୍କ ସହିତ ରହି ରୋଗୀକୁ ଦେଖୁଥିଲେ । ୧୦୭ ଜଣ ରୋଗୀ ପଞ୍ଜିକରଣ କରିଥିଲେ ଓ ରୋଗୀଙ୍କ ପାଇଁ ଔଷଧ ବା ଚଷମା ଆବଶ୍ୟକ ହେଲେ ୨୦ ପରସେଣ୍ଟ ଡ଼ିସକାଉଣ୍ଟର ବ୍ୟବସ୍ତା ଥିଲା । ଆଖି ଅପରେସନ ପାଇଁ ୧୨/୦୬/୨୨ ତାରିଖ ରବିବାର ଦିନ ୧୩ ଜଣ ରୋଗୀ ଭୋଗରାଇ ଯିବାର ସ୍ଥିରକୃତ ହୋଇଛି ।
