ବନବିଭାଗ ମୁଖ୍ୟ କିରାଣୀଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା

ବଣାଇ : ବଣାଇ ବନଖଣ୍ଡ କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି ମୁଖ୍ୟ କିରାଣୀ ଭାବରେ କାର୍ଯ୍ୟ କରିଆସୁଥିବା ଵଣାଇର ବାସିନ୍ଦା ଶ୍ରୀ ଵିଶି କେସନ କାଲୋ, ଆଜି ନିଜ ନିଜର ଚାକିରି ଜୀବନରୁ ଅବସର ଗ୍ରହଣ କରିଅଛନ୍ତି ।

ସେ ଦୀର୍ଘ ୩୯ ବର୍ଷ ଧରି ରାଇରଙ୍ଗପୁର, ସୁନ୍ଦରଗଡ଼, ବାମରା ଇତ୍ୟାଦି ବିଭିନ୍ନ ବନଖଣ୍ଡରେ ବରିଷ୍ଠ କିରାଣୀ ଭାବରେ କାର୍ଯ୍ୟ କରି ସମସ୍ତ ଅଧିକାରୀଙ୍କ ନିକଟରେ ପ୍ରଶଂସାର ପାତ୍ର ହୋଇପାରିଥିଲେ । ଗତ ୨୦୨୦ମଃ ରେ ପଦୋନ୍ନତି ପାଇ ଵଣାଇ ବନଖଣ୍ଡ କାର୍ଯ୍ୟାଳୟରେ ସେ ମୁଖ୍ୟ କିରାଣୀ ଭାବରେ କାର୍ଯ୍ୟ କରି ଆସୁଥିଲେ । ସରକାରୀ ନିୟମ ଅନୁସାରେ ଆଜି ସେ ୬୦ ବର୍ଷ ପୂରଣ କରିଥିବା ବେଳେ ବନଖଣ୍ଡ କାର୍ଯ୍ୟାଳୟର ସଭାଗୃହ ଠାରେ ସତ୍ୟ ନାରାୟଣ ମିଶ୍ରଙ୍କ ସଭାପତିତ୍ବରେ
ଏକ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟ କିରାଣୀ ଶ୍ରୀ କାଲୋ ତାଙ୍କର ୩୯ ବର୍ଷ ଚାକିରି ଜୀବନ ଭିତରେ ବିଭିନ୍ନ ଘାତ ପ୍ରତିଘାତ ମଧ୍ୟରେ ସରକାରୀ ସେବା ସଂପର୍କରେ ନିଜର ଅଭିଜ୍ଞତା ପ୍ରକାଶ କରିବା ସହିତ ଆଜି ସେ କର୍ମମୟ ଜୀବନରୁ ବନ୍ଧନ ମୁକ୍ତ ହୋଇଥିବା ଜଣାଇଥିଲେ । ପରେ କାର୍ଯ୍ୟଳୟର ସହକର୍ମୀମାନେ ତାଙ୍କର ଉଜ୍ଜ୍ୱଳମୟ ଭବିଷ୍ୟତ କାମନା କରିବା ସହିତ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟାଳୟର ବରିଷ୍ଠ ସହକର୍ମୀ, ତ୍ରିଲୋଚନ କିସାନ, ଆଶିଷ କୁମାର ସାମଲ, ଦିଲିପ କୁମାର ପାତ୍ର, ରଜତ ନାଏକ, କାର୍ତ୍ତିକ କିସାନ, ଇଶ୍ଵର ଚନ୍ଦ୍ର ରଣାଙ୍କ ସମେତ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *