ନୟାଗଡ : ଦଶପଲ୍ଲା ଟାକେରା ଜଙ୍ଗଲରେ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ନାହାକପଡା ଗାଁର ଅତନୁ ବେହେରା । ସୂଚନାଯୋଗ୍ୟ ଯେ, ଗୁରୁବାର ଅତନୁ ଗାଁର ଅନ୍ୟ ତିନି ଜଣଙ୍କ ସାଙ୍ଗରେ ଘରୁ ଆସିଥିଲେ । ହେଲେ ସେ ରାତିରେ ଘରକୁ ଫେରିନଥିଲେ । ଅତନୁଙ୍କ ବାପା ଶୁକ୍ରବାର ସକାଳେ ଅନ୍ୟ ଯୁବକମାନଙ୍କୁ ପୁଅ ସମ୍ପର୍କରେ ପଚାରିଥିଲେ ମଧ୍ୟ କୌଣସି ଉତ୍ତର ନପାଇ ଥାନାକୁ ଯାଇଥିଲେ । ବହୁ ଖୋଜାଖୋଜି ପରେ ଟାକେରା ଘାଟି ତଳେ ଅତନୁଙ୍କ ମୃତଦେହ ପଡିଥିବା ଜଣାପଡିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବିଛାଯାଇଥିବା ତାରକୁ ମଧ୍ୟ ଜବତ କରିଛି ।
