ଋଣ ବୋଝ ସହିନପାରି କୀଟନାଶକ ଖାଇ ଆତ୍ମହତ୍ୟା କଲେ ମା ଓ ପୁଅ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ଜେମାଦେଇପେଣ୍ଠ ଗାଁରେ ଅଘଟଣ । କୀଟନାଶକ ଖାଇ ମା ଓ ପୁଅଙ୍କ ଆତ୍ମହତ୍ୟା । ଆତ୍ମହତ୍ୟା କରିଥିବା ମା ହେଲେ ଜି. ରାଣୀ ଓ ପୁଅ ହେଲେ ଜି. ଶ୍ୟାମ । ଗତକାଲି ରାତିରେ ଉଭୟେ ଆତ୍ମହତ୍ୟା କରିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମୃତ ଘୋଷଣା କରିଛନ୍ତି ।

ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି । ତେବେ ଅଧିକ ଋଣ ବୋଝ ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପରିବାର ସ୍ପଷ୍ଟ ସୂଚନା ପ୍ରଦାନ କରୁନାହାନ୍ତି । ଖବରପାଇ ଶେଷଖାଲ ଥାନା ପୁଲିସ ପହଞ୍ଚି ଅନୁସନ୍ଧାନ ଜାରୀ ରଖିଛି ।

ସୂଚନା ଥାଉକି, ଗତକାଲି ରାତିରେ ରାଣୀ ଓ ଶ୍ୟାମ ମିଳିତ ଭାବେ କୀଟନାଶକ ଖାଇଥିଲେ । ଏହା ବିଳମ୍ବରେ ଜଣାପଡିଥିଲା । ଜଣାପଡିବା ପରେ ପରିବାର ବର୍ଗ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *