ଫି ନଦେବାରୁ ୩୪ ଜଣ ପିଲାଙ୍କୁ ତାଲା ପକାଇଲେ ସ୍କୁଲ କର୍ତ୍ତୃପକ୍ଷ

ଭୁବନେଶ୍ୱର : ଫି ନଦେବାରୁ ସ୍କୁଲ ପିଲାଙ୍କୁ ବନ୍ଦୀ । ରାଜଧାନୀ ଉପକଣ୍ଠ ଘାଟିକିଆ ଅଞ୍ଚଳରେ ସ୍କୁଲ ଫି ନଦେବାରୁ ଏକ ଘରୋଇ ସ୍କୁଲ ପିଲାଙ୍କୁ ବନ୍ଦ କୋଠରୀରେ ରଖିଥିବା ସୂଚନା ମିଳିଛି । କୁନି କୁନି ୩୪ ଜଣ ପିଲାଙ୍କୁ ସ୍କୁଲ କର୍ତ୍ତୃପକ୍ଷ ତାଲା ପକାଇଥିବା ସୂଚନା ମିଳିଛି ।

ଘରୋଇ ସ୍କୁଲର ଏଭଳି କାର୍ଯ୍ୟକୁ ନିନ୍ଦା କରି ଗେଟ ସମ୍ମୁଖରେ ଧାରଣାରେ ବସିଛନ୍ତି ଅଭିଭାବକ । ୫ ଘଣ୍ଟା ଧରି ଏକ ବନ୍ଦ କୋଠରୀରେ ଛାତ୍ରଛାତ୍ରୀଙ୍କୁ ଏଭଳି ନିର୍ଯ୍ୟାତନା ପରେ ସ୍କୁଲରେ ପହଞ୍ଚିଛି ପୋଲିସ । ସ୍କୁଲର ଆଡମିନ ଥାନାରେ ଅଟକ ଥିବା ସୂଚନା ରହିଛି । ଅନ୍ୟପଟେ କୁନି କୁନି ଛୁଆଙ୍କ ଅଭିଭାବକ ସ୍କୁଲ ଗେଟ୍ ଆଗରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *