ମାଓବାଦୀଙ୍କ ଦ୍ଵାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ବ୍ୟକ୍ତି ଆହାତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କୀଆମୁଣ୍ଡାରେ ମାଓବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିବା ଶୁଣିବାକୁ ମିଳିଛି । ସୂଚନା ଅନୁସାରେ ସାଡୀଙ୍ଗିଆ ପଞ୍ଚାୟତର କୀଆମୁଣ୍ଡା ଜଙ୍ଗଲରେ ନିଆଁ ଲାଗିଥିବା ଖବରପାଇ ୧୧ଟା ବେଳେ ଫରେଷ୍ଟର ବ୍ରଜ ସୁନ୍ଦର ଦାସଙ୍କ ନେତୃତ୍ୱରେ ଯାଇଥିଲା ଟିମ । ନିଆଁ ଲିଭାଇବାକୁ ଯିବାବେଳେ ବିସ୍ଫୋରଣ ଘଟିଥିଲା । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗ୍ରାମର ଜଣେ ବ୍ୟକ୍ତି ଆହାତ ହୋଇଥିବା ସୂଚନା ମିଳିଛି । ତେବେ ବନ କର୍ମଚାରୀଙ୍କର କୌଣସି ଖବର ମିଳୁନଥିବାରୁ ସନ୍ଦେହ କରାଯାଉଛି ଯେ, ସେମାନଙ୍କୁ ସଶସ୍ତ୍ର ମାଓବାଦୀ ଅପହରଣ କରିନେଇଛନ୍ତି ନା ପୁଣି ସେମାନେ ଭୟଭିତ ହୋଇ ଜଙ୍ଗଲ ଭିତରେ ଅଛନ୍ତି । ମୋବାଇଲ ଲାଗୁନଥିବା ଯୋଗୁଁ କର୍ମଚାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରୁନଥିବା ଫିରିଙ୍ଗିଆ ରେଞ୍ଜର ବିଜୟ ମଲିକ କହିଛନ୍ତି । ପୋଲିସ ଓ ବମ ସ୍କ୍ୱାର୍ଡ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ହିଁ ସବିଶେଷ ତଥ୍ୟ ଜଣାପଡ଼ିବ ।

Leave a Reply

Your email address will not be published. Required fields are marked *