ଜଳେଶ୍ବର ଡେଭଲପମେଣ୍ଟ କମିଟି ପକ୍ଷରୁ ୧୬ରେ ରେଳରୋକ

ଜଳେଶ୍ବର : ରେଳ ବିଭାଗର ଜଳେଶ୍ବର ଅଞ୍ଚଳବାସୀଙ୍କ ପ୍ରତି ଏପରି ଦାୟିତ୍ବହୀନ ଆଭିମୁଖ୍ୟ ବିରୋଧରେ ଜଳେଶ୍ବର ଡେଭ୍‌ଲପ୍‌ମେଣ୍ଟ କମିଟି ତରଫରୁ ଆସନ୍ତା ୧୬ ତାରିଖରେ ଏକ ୧୨ ଘଣ୍ଟିଆ ରେଳରୋକ ଅନୁଷ୍ଠିତ ହେବ । ଆଜି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ତଥା ସ୍ତମ୍ଭକାର ସୁଦର୍ଶନ ଦାସ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଶ୍ରୀ ଦାସ ଅଭିଯୋଗ କରିଛନ୍ତି, କୋଭିଡ୍ ପରେ ରେଳଯାତ୍ରୀ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାତ୍ରୀଭଡ଼ା ଦୁଇଗୁଣା ଆଦାୟ ହେଉଛି । କୋଭିଡ୍ ପୂର୍ବରୁ ଦକ୍ଷିଣ-ପୂର୍ବ ରେଳପଥରେ ଚଳାଚଳ କରୁଥିବା ବହୁ ଟ୍ରେନ୍‌ ବାତିଲ ହୋଇଯାଇଛି ।

ଏବେ କୋଭିଡ୍ କଟକଣା କେହଳ ହେବାପରେ ମଧ୍ୟ ସେ ସବୁ ଟ୍ରେନ୍‌ ଚଳାଚଳ ପାଇଁ ବାରମ୍ବାର ଦାବି ହେଉଥିଲେ ବି ରେଳ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉନାହିଁ । ଏସବୁ ସମସ୍ୟା ନେଇ ରେଳମନ୍ତ୍ରୀ, ଜିଏମ୍‌, ଡିଆର୍‌ଏମ୍‌ଙ୍କ ନିକଟରେ ଜଳେଶ୍ବର ଡେଭଲପମେଣ୍ଟ କମିଟି, ରେଳ ୟୁଜର୍ସ କମିଟି, ବିଭିନ୍ନ ଗଣସଙ୍ଗଠନ, ରାଜନୈତିକ ଦଳ ତରଫରୁ ବାରମ୍ବାର ଦାବି କରା ଯାଉଥିଲେ ମଧ୍ୟ ଫଳ ଶୂନ । ଏହାର ପ୍ରତିବାଦରେ ରେଳରୋକ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି  । ସାମ୍ବାଦିକ ସମ୍ମିଳନୀରେ ବାମପନ୍ଥୀ ନେତା ଦିଲ୍ଲୀପ ଗିରି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *