ବିଲରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର : ବିଲରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା କଦମସାହି ଛୁଆଖସା ପୋଲ ନିକଟ ବିଲରେ ଅଜଣା ଯୁବକଙ୍କ ମୃତ ଶରୀର ପଡିଥିବା ଦେଖିଥିଲେ ଗ୍ରାମବାସୀ । ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଛି ।

ପୋଲିସର ତଦନ୍ତ ଜାରି ରହିଛି । କେହି ଦୁର୍ବୃତ୍ତ ହତ୍ୟାକରି ବିଲରେ ଫିଙ୍ଗିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଲୋକାରଣ୍ୟ । ନୀଳଗିରି ପୋଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନେଇଛି । ତେବେ ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ କେହି ହତ୍ୟାକରି ବିଲ ମଝିରେ ଫିଙ୍ଗିଥିବା ଅନୁମାନ କରାଯାଉଛି । ତେବେ ନୀଳଗିରି ଅଞ୍ଚଳରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *