ବ୍ରହ୍ମପୁର ଆଙ୍କୁଲାରେ ଉତ୍ତେଜନା, କାରରେ ମିଳିଲା ଇଭିଏମ

ବ୍ରହ୍ମପୁର : ବ୍ରହ୍ମପୁର ଆଙ୍କୁଲାରେ ଉତ୍ତେଜନା । କାରରେ ମିଳିଲା ଇଭିଏମ । ପୋଲିଂ କର୍ମଚାରୀମାନେ ଏକ କାରରେ ଇଭିଏମ ନେଇ ଯାଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଅଟକାଇବା ସହ ପୋଲିଂ କର୍ମଚାରୀଙ୍କୁ ପ୍ରଶ୍ନ କରିଥିଲେ । ପୋଲିଂ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ନେଇ ଉତ୍ତେଜନା ଦେଖାଦେଇଥିଲା ।

ସେହିପରି ବ୍ରହ୍ମପୁର ୱାର୍ଡ ନମ୍ବର ୧୬ ର ୯୬ ବୁଥ୍ ରେ ଇଭିଏମ ଖରାପ ହୋଇଯାଇଛି । ଫଳରେ ଲୋକେ ଭୋଟ ଦେବାକୁ ଦୀର୍ଘ ସମୟ ଧରି ଲାଇନରେ ଛିଡା ହୋଇଛନ୍ତି । ଏନେଇ ବୁଥ୍ ଆଗରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଜନସାଧାରଣ ।

ନିର୍ବାଚନରେ ରାଜ୍ୟର ୪୭ ଟି ମ୍ୟୁନିସିପାଲଟି, ୫୯ ଟି ଏନ୍‌ଏସି ଏବଂ ୩ ଟି ମହାନଗର ନିଗମର କର୍ପୋରେଟର ଏବଂ ମେୟର ପଦବି ପାଇଁ ଭୋଟ୍‌ ହେଉଛି । ମତଦାନ କରୁଛନ୍ତି  ୪୧ ଲକ୍ଷ ମତଦାତା । ଏନଏସି ର ୧ ହଜାର ୬୭୨ ୱାର୍ଡ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ୮ଟା ରୁ ମତଦାନ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା ୫ଟା ଯାଏ ଭୋଟିଂ ଚାଲିବ । ଏଥିପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *