ମାଧ କହିଲେ ରାଗରେ ବାଟ ବଣା ହେଉଛି ବିଜେଡି : ସୋର ବିଧାୟକ ଭୟଭିତ ହେଲେଣି

ସୋର : ଗତ କାଲି ବିଜେଡିର ଥାନା ଘେରଉ ଉପରେ ମତ ରଖିଲେ ସୋର ମୁନିସ ପାଲିଟିର ଅଧ୍ୟଖ୍ୟ ମାଧବଧଡା । ସିଧା ସିଧା ବିଧାୟକଙ୍କୁ ସମାଲୋଚନା କରି କହିଲେ ବିଜେପି ହିଂସାରେ ବିଶ୍ବାସ କରେନି, ସୋର ବିଧାୟକ ହିଂସାରେ ବିଶ୍ବାସ କରନ୍ତି ଏ କଥା ଆମେ କହୁନୁ ତାଙ୍କ କାର୍ଯ୍ୟକଳାପ କୁହେ, ସାମ୍ବାଦିକଙ୍କୁ କିଏ ମାରିଥିଲା ? କ୍ରୁଷି ଅଫିସରେ ଅଫିସରଙ୍କୁ କିଏ ମାରିଥିଲା ? ସେ କଥା ସବୁ ସୋର ନିର୍ବାଚନ ମଣ୍ଡଳିର ଜନତା ଜାଣନ୍ତି । ସାମ୍ବାଦିକ ଭାଇମାନେ କ’ଣ ଏତେ ଜଲ୍ଦି ଏକଥା ଭୁଲିଗଲେ ? ସାମାନ୍ୟ ବାଣ ଫୁଟାଇବାରୁ ବିଧାୟକ ମୋହଦୟ ଏତେ ରାଗୁଛନ୍ତି କାହିଁକି ? ବିଜେପି ମିଟିଂରେ ପଥର କିଏ ପକାଇଥିଲା ? ଜନତା ଜନାର୍ଦନ ତାଙ୍କ ଇଛା ହେଲେ ସେମାନେ ଭାରତୀୟ ଜନତା ପାର୍ଟିକୁ ବିଶ୍ବାସ କଲେ ଏଥିରେ ବିଧାୟକ କିଏ ଜନତାଙ୍କ ରାୟକୁ ଅବମାନନା କରିବେ ? ସବୁ ପରେ ପୋଲିସ ସରକାରଙ୍କର ସୋର ବିଧାୟକ ମଧ୍ୟ ସରକାରୀ ଦଳର, ସେ କାଲି ଥାନା ଘେରଉ କରିକି ପ୍ରମାଣ କରିଦେଲେ ପୋଲିସ ବିଜେଡି ଶାସନରେ କେତେ କାମ କରୁଛି ଆଉ କରୁନି । ଭାରତୀୟ ଜନତା ପାର୍ଟୀ ଗୋଟେ ଶ୍ରୁଙ୍ଖଳିତ ଦଳ, ଆମେ ହିଂସା ନୁହଁ ଭାଇଚାରା ଚାହୁଁ, ଆମେ ଦବଙ୍ଗି ନୁହଁ ଭଦ୍ର ବିଧାୟକଟେ ଚାହୁଁ, ସମୟ ସବୁର ଉତ୍ତରଦେବ । ବିଧାୟକ ଭୟଭିତ ସେ ଯେତେ ଚେଷ୍ଟା କଲେ ବି ଭାରତୀୟ ଜନତା ପାର୍ଟୀ ସାଧାରଣ ଲୋକଙ୍କ ପାଇଁ ଯେଉଁ ଲଢେଇର ଡାକରା ଦେଇଛି ସେଥିରୁ ପଛେଇବନି ।

Leave a Reply

Your email address will not be published. Required fields are marked *