ଭଦ୍ରକ : ଅଭିଯୋଗ ପରେ ଅଭିଯୋଗ, କିନ୍ତୁ ନାହିଁ କାର୍ଯ୍ୟାନୁଷ୍ଠାନ । ପୋଲିସ ବିରୋଧରେ ଏସପିଙ୍କୁ ଭେଟି ଅଭିଯୋଗ ଆଣିଛନ୍ତି ଜଣେ ଦିବ୍ୟାଙ୍ଗ ମହିଳା । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ମୋବାରକପୁର ଅଞ୍ଚଳର ବବିତା ନାୟକ ତାଙ୍କ ସ୍ୱାମୀଙ୍କ ସହ ମେଡିକାଲ ଯାଉଥିବା ବେଳେ ଗାଁର କେତେକ ଲୋକେ ତାଙ୍କୁ ମାରପିଟ କରିବା ସହ ଗାଡି ଛଡ଼ାଇଥିବା ଅଭିଯୋଗ ହୋଇଛି । ତେବେ ଘଟଣା ନେଇ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା କହିଛନ୍ତି ଅଭିଯୋଗକାରିଣୀ । ତେବେ ଏନେଇ ସେ ଭଦ୍ରକ ଏସପିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି ।
