ବ୍ରହ୍ମପୁର : ନିର୍ବାଚନ ପ୍ରଚାରର ଭିନ୍ନ ଚିତ୍ର । ମାଠିଆ ମୟ ହୋଇଗଲା ପୁରା ଅଞ୍ଚଳ । ବ୍ରହ୍ମପୁର ମହାନଗର ନିର୍ବାଚନରେ ସ୍ଵାଧୀନ ପ୍ରାର୍ଥୀଙ୍କ ଦମଦାର ପ୍ରଚାର ଦେଖିବାକୁ ମିଳିଛି । ବ୍ରହ୍ମପୁର ୪ ନମ୍ବର ୱାର୍ଡରୁ ସନ୍ଧ୍ୟାରାଣୀ ଶୁକ୍ଳା ମାଠିଆ ଚିହ୍ଣରେ ସ୍ବାଧୀନ ପ୍ରାର୍ଥୀଭାବେ ନିର୍ବାଚନକୁ ଓହ୍ଲାଇଛନ୍ତି ।
୪ ନମ୍ବର ୱାର୍ଡରେ ପ୍ରଚାର ପ୍ରସାର ନିମନ୍ତେ ଯେତେବେଳେ ୱାର୍ଡର ପ୍ରତିଟି ଅଞ୍ଚଳ ବୁଲିଛନ୍ତି । ସବୁ ଅଞ୍ଚଳରେ ମାଠିଆ ମୟ ଚିତ୍ର ସାମ୍ନାକୁ ଆସିଛି । କାରଣ ପୂର୍ବରୁ ସ୍ବାଧୀନ ଭାବେ ଏକାଧିକ ବାର ସନ୍ଧ୍ୟାରାଣୀଙ୍କ ସ୍ବାମୀ ଅଶୋକ ଶୁକ୍ଳା କର୍ପୋରେଟର ଭାବେ ନିର୍ବାଚିତ ହୋଇଛନ୍ତି । ଚଳିତ ଥର ମହିଳା ସଂରକ୍ଷଣ ଥିବାରୁ ତାଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ଶୁକ୍ଳା ମଇଦାନକୁ ଓହ୍ଲାଇଛନ୍ତି । ଅଞ୍ଚଳରେ ଶହଶହ ମହିଳା ମାଠିଆ ଧରି ଏକ ବିରାଟ ରାଲି କରିଥିବା ଦେଖିବାକୁ ମିଳିଛି ।
