ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ଵଣାଇଁଗଡ : ଵଣାଇଁଗଡ ସହର ସ୍ଥିତ ବ୍ରାହ୍ମଣୀ ନଦୀ କୂଳରେ ଥିବା କୋଲ୍ଲ ସାହି ନିକଟରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାରୁ ପ୍ରକାଶ ସ୍ଥାନୀୟ ଲୋକେ ନଦୀକୁ ଗାଧୋଇବା ପାଇଁ ଯାଉଥିବା ସମୟରେ ରାସ୍ତା ନିକଟରେ ଥିବା ଗଛ ଡାଳରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ ଏବଂ ସଙ୍ଗେ ସଙ୍ଗେ ବଣାଇ ପୋଲିସକୁ ଖବର ଦେଇଥିଲେ । ଖବରପାଇ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ଵଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ଆତ୍ମହତ୍ୟା କରିଥିବା ଯୁବକ ଜଣକ ବାହାରିଗଡ ଅଞ୍ଚଳର ଟିକେଶର ନାଏକ ବୋଲି ଜଣାପଡିଛି । ସେ ବଣାଇ ନିକଟରେ ଏକ ସ୍ପଞ୍ଜ ଆଇରନ କାରଖାନାରେ କାମ କରୁଥିଲେ । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସମସ୍ତ ଘଟଣା ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *