ସମ୍ବଲପୁର ଶାସନ ଥାନା ପୋଲିସ ଦ୍ବାରା ବିପୁଳ ପରିମାଣର ଗଞ୍ଜେଇ ଜବତ

ସମ୍ବଲପୁର : ସମ୍ବଲପୁର ଶାସନ ଥାନା ପୋଲିସ ଦ୍ବାରା ବିପୁଳ ପରିମାଣର ଗଞ୍ଜେଇ ଜବତ । ୪ କ୍ବିଣ୍ଟାଲ ୧୧ କେଜି ଗଂଜେଇ ଜବତ କରିଛି ଶାସନ ଥାନା ପୋଲିସ । ବେଆଇନ ଚାଲାଣ କରିବା ଅଭିଯୋଗରେ ୭ଜଣଙ୍କୁ ବାନ୍ଧିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧର ଉଦୟ ପ୍ରଧାନ, ଅନନ୍ତ ଦେହୁରୀ , ଗିରିଷ ଖଟୁଆ, ଗଂଜାମର ସୁଶାନ୍ତ କୁମାର ସ୍ବାଇଁ, ସମ୍ବଲପୁରର ସୁଶାନ୍ତ କୁମାର ଲେଙ୍କା, ମଧ୍ଯପ୍ରଦେଶର ସଂଜୟ ଗିରି, ମହାରାଷ୍ଟ୍ର ଗୋନ୍ଦିଆର ଭାବନା ଅନିଲ ସାହାରେ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଏମାନେ ବୌଦ୍ଧରୁ ଗଂଜେଇ ଆଣି ଶାସନ ଥାନା ପଧାନପାଲି ଅଞ୍ଚଳରୁ ରଖୁଥିଲେ । ଏସବୁ ୧ କେଜିର ପ୍ୟାକେଟ୍‌ କରି ଛତିଶଗଡ, ମଧ୍ଯପ୍ରଦେଶ ଓ ମହାରାଷ୍ଟ୍ରକୁ ଚାଲାଣ କରୁଥିଲେ । ଏହାର ମାଷ୍ଟର ମାଇଣ୍ଡ ସାଜିଥିଲା ଦିବ୍ୟାଙ୍କ ସୁଶାନ୍ତ କୁମାର ଲେଙ୍କା । ସମୟ ସମୟରେ ଆମ୍ବୁଲାନ୍ସ ଲେଖାଥିବା ଗାଡିରେ ଏହାର ଚାଲାଣ ହେଉଥିଲା । ଏମାନଙ୍କ ନିକଟରୁ ଗୋଟିଏ ପିକଅପ, ଇନୋଭା , ୭ଟି ମୋବାଇଲ ଜବତ କରିଛି ପୋଲିସ । ଏମାନଙ୍କ ସମ୍ପତ୍ତି ସବୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଏସପି ବାତୁଲା ଗଙ୍ଗାଧର କହିଛନ୍ତି । ଏବେବି ଘଟଣାରେ ୨ ଜଣ ଫେରାର ଅଛନ୍ତି ।

Leave a Reply

Your email address will not be published. Required fields are marked *