ନାକାବନ୍ଦୀ କରି କଫସିରପ୍ ମାଫିଆକୁ କାବୁ କଲା ପୋଲିସ

ବଲାଙ୍ଗୀର : ଫିଲ୍ମ ଷ୍ଟାଇଲରେ କଫସିରପ୍ ମାଫିଆକୁ କାବୁ କଲା ପୋଲିସ । ଜନଗହଳି ସ୍ଥାନରେ ନାକାବନ୍ଦି କରିବା ସହ ମାଫିଆଙ୍କୁ ଧରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ବିରୋଧ । କଫସିରପ ମାଫିଆକୁ କାବୁ କଲା ବରଗଡ଼ ପୋଲିସ l ଗୁଳିଚଳାଇ ଗାଡିକୁ କାବୁ କରିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଅଭିଯୋଗ । ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଭଳିଆମୁଣ୍ଡା ଛକରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି l

ଖବର ଅନୁଯାୟୀ, ୪ ଜଣ ମାଫିଆ କଫସିରଫ ନେଇ ବରଗଡ଼ରୁ ସୋନପୁର ଯାଉଥିଲେ । ଏହି ସମୟରେ ବରଗଡ଼ ଏସପିଙ୍କ ସ୍ୱତନ୍ତ୍ର ସ୍କ୍ୱାର୍ଡ ଦୁଇଟି ଟିମ ଏହି କଫସିରଫ ଚୋରାଚାଲାଣକୁ ଧରିଥିଲେ । ହେଲେ ଯେଉଁ ସ୍ଥାନରେ ଏହି ଅପରେସନ କରିଥିଲେ ସେଠାରେ ଗାଁର ବହୁ ଘର ଥିବା ସହ ଲୋକଙ୍କ ସହ କିଛି ଅଘଟଣ ଘଟିଥାନ୍ତା । ଯାହା ଏଭଳି ସ୍ଥାନରେ ନାକା କରିବା ଆବଶ୍ୟକତା ନଥିବା ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ଗାଡି ଉପରକୁ ପୋଲିସ ଗୁଳିମାଡ଼ କରିଥିବା ମଧ୍ୟ କହିଛନ୍ତି l ଏନେଇ ୪ ଜଣକ ସହ କଫସିରଫ ବରଗଡ଼ ପୋଲିସ ନେଇକି ଯାଇଥିବା ସହ ଦୁର୍ଘଟଣା ହୋଇଥିବା ଗାଡି ଲୋଇସିଂହା ଥାନା ପୋଲିସ ଜବତ କରି ରଖିଛି ।

Leave a Reply

Your email address will not be published. Required fields are marked *