ଭୁବନେଶ୍ୱର : ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ସମ୍ମୁଖରେ ଉତ୍ତେଜନା । ଲାଇବ୍ରେରୀ ବନ୍ଦ ହେବାକୁ ନେଇ ଗ୍ରନ୍ଥାଗାର ସମ୍ମୁଖରେ ଧାରଣା ଦେଲେ ପାଠକ ପାଠିକା । ଲାଇବ୍ରେରୀ କର୍ତ୍ତୃପକ୍ଷ ଏହାର ଉତ୍ତର ରଖନ୍ତୁ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି । ସେମାନଙ୍କର ମୁଖ୍ୟ ଦାବି ହେଉଛି ଯେ, ଯଦି ରବୀନ୍ଦ୍ର ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି, ପ୍ରେକ୍ଷାଳୟରେ ଫିଲ୍ମ ଚାଲିପାରୁଛି, ସୂଚନା ଭବନ ଗ୍ରନ୍ଥାଗାରରେ ପାଠ ପଢି ହେଉଛି । ତେବେ ହଠାତ ନୋଟିସ କରି କ’ଣ ପାଇଁ ବନ୍ଦ କରିଦିଆଗଲା ? ଆମେ କେତେ ଦୂରରୁ ଆସି ଏଠାରେ ଛାତ୍ରାବାସରେ ରହି ପାଠ ପଢ଼ୁଛୁ, ଏହି ମାସରେ ଆମର ପରୀକ୍ଷାଗୁଡିକ ମଧ୍ୟ ରହିଛି । କ’ଣ ପାଇଁ ଆମ ଭବିଷ୍ୟତକୁ ଅନ୍ଧାର ମଧ୍ୟକୁ ଠେଲି ଦିଆଯାଉଛି ? ଲାଇବ୍ରେରୀ କର୍ତ୍ତୃପକ୍ଷ ଆସି ଏହାର ଉତ୍ତର ରଖନ୍ତୁ ବୋଲି ଦାବି କରାଯାଇଛି । ଯଦି ଏହା ସମ୍ଭବପର ନ ହୁଏ ତେବେ ଆମେ ଆଜି ରାସ୍ତା ଉପରେ ବସି ପାଠ ପଢିବୁ ବୋଲି ଚେତାବନୀ ଦେଇଛନ୍ତି ।
