କର୍ଡନରେ ପଶି ରଥ ଛୁଇଁଲେ ମାଳ ମାଳ ଅଣଓଡ଼ିଆ, ଚାରମାଳ ଉପରେ ଚଢ଼ିଗଲେ ବୃଦ୍ଧା

ପୁରୀ : ରଥଯାତ୍ରାରେ କର୍ଡନ ଭିତରେ ପଶିବା ବାରଣ କରାଯାଇଥିଲା । ରଥ ସ୍ପର୍ଶ କରିବାରେ ବି ବାରଣ କରାଯାଇଥିଲା । କିନ୍ତୁ ଏହାକୁ ଖୋଲା ଉଲ୍ଲଂଘନ କରାଯାଇଛି । ଶତାଧିକ ଅଣସେବାୟତ ଆଜି ରଥ କର୍ଡନ ଭିତରେ ପଶି ରଥ ସ୍ପର୍ଶ କରିଛନ୍ତି । ସେଲ୍‌ଫି ନେଇଛନ୍ତି । ଯେଉଁଥିରୁ ଅଧିକାଂଶ ଅଣଓଡ଼ିଆ ବି ଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଭକ୍ତ, ସେବାୟତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି ।

ଯେଉଁଠି ସାମ୍ବାଦିକଙ୍କ ପାଇଁ ରିପୋର୍ଟିଂ ବେଳେ ରଥ କର୍ଡନ ପାସ୍‌ ବାଧ୍ୟତାମୂଳକ କରାଯାଇଛି, ସେଠି କେଉଁ ପରିସ୍ଥିତିରେ ବିନା କର୍ଡନ ପାସରେ ଅନ୍ୟମାନଙ୍କୁ ରଥ ପାଖକୁ ଯିବାକୁ ଅନୁମତି ଦିଆଗଲା, ତାହା ସନ୍ଦେହ ସୃଷ୍ଟି କରିଛି । ସେବାୟତମାନେ କର୍ଡନ ନିୟମ ଭାଙ୍ଗି ଏଭଳି ଅଣଓଡ଼ିଆ ଓ ବିନା ପାସ୍‌ଧାରୀଙ୍କୁ କର୍ଡନ ଭିତରେ ଭର୍ତ୍ତି କରି ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଛି । ସେପଟେ ଆଜି ଜଣେ ବୃଦ୍ଧା ରଥ ଚାରମାଳ ଉପରେ ଚଢ଼ି ଶ୍ରୀଜିଉଙ୍କ ଚାମର ସେବା କରିଛନ୍ତି । ରଥ ଉପରକୁ ରଥଯାତ୍ରାରେ ସଂପୃକ୍ତ ଅଧିକାରୀ, କର୍ମଚାରୀ, ସେବାୟତଙ୍କ ବିନା ଅନ୍ୟ କାହାରିକୁ ରଥ ଚାରମାଳ କି ରଥ ଉପରେ ଚଢ଼ିବାରେ ବାରଣ କରାଯାଇଛି । ରଥ ବାଡ଼ଗ୍ରାହୀ, ଜେଟିପି, ପୁଲିସଙ୍କୁ ଏହା ଉପରେ ନଜର ରଖିବାକୁ କୁହାଯାଇଛି । କିନ୍ତୁ ଆଜି ବୃଦ୍ଧା ଜଣକ ମା’ ସୁଭଦ୍ରାଙ୍କ ରଥ ଚାରମାଳ ଉପରେ ଚଢ଼ି ଚାମର ହଲାଇ ମା’ଙ୍କୁ ପ୍ରାର୍ଥନା କରିଛନ୍ତି ।

Leave a Reply

Your email address will not be published. Required fields are marked *