ବାରିପଦା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ କଏଦୀ ଫେରାର

ବାରିପଦା : ବାରିପଦା ମେଡିକାଲରେ ଚିକିତ୍ସାଧୀନ ଜଣେ କଏଦୀ ପୁଲିସକୁ ଚକ୍‌ମା ଦେଇ ଚମ୍ପଟ୍ ମାରିଥିବା ଜଣାପଡ଼ିଛି । କଏଦୀ ଜଣକ କୁଳିଅଣା ଥାନା ଗଙ୍ଗରାଜ ଗାଁର ଦାମୋଦର ପୃଷ୍ଟି ।

ଦାମୋଦର ତାଙ୍କ ଜ୍ବାଇଁଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗତ ଏପ୍ରିଲ୍ ୨୪ ତାରିଖରେ ଗିରଫ ହୋଇ ବାରିପଦା ମଣ୍ଡଳ କାରାଗାରରେ ବିଚାରଧୀନ ବନ୍ଦୀ ଭାବେ ରହୁଥିଲେ । ଆଜି ହଠାତ୍‌ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପୂର୍ବାହ୍ନ ୧୧ଟା ରେ ପିଆର୍‌ଏମ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିସିନ ୱାର୍ଡ ‌ଶଯ୍ୟା ନମ୍ବର ୧୦୬ ରେ ଦାମୋଦର ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ଜେଲ୍‌ର ଜଣେ କର୍ମଚାରୀ ଜଗି ରହିଥିଲେ । ତେବେ ସେ କୌଣସି କାର୍ଯ୍ୟରେ ବାହାରକୁ ଆସିଥିବା ବେଳେ ଏହି ସୁଯୋଗରେ ଦା ମୋଦର ମେଡିକାଲ୍‌ରୁ ଖସି ପଳାଇଛନ୍ତି । ଜେଲ୍‌ ଅଧୀକ୍ଷକ ଏନେଇ ଟାଉନ୍‌ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ୪୨୦/୨୨ରେ ଏକ ମାମଲା ରୁଜୁ କରି ଦାମୋଦରଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । ଏକ ସ୍ବତନ୍ତ୍ର ଟିମ୍ ଏଥିପାଇଁ ନିୟୋଜିତ ହୋଇଥିବା ଥାନାଧିକାରୀ ବୀରେନ୍ଦ୍ର କୁମାର ସେନାପତି କହିଛନ୍ତି ।

Leave a Reply

Your email address will not be published. Required fields are marked *