ବାହାନଗା : ଜୀବମ୍ ମେଡିସିନସ୍ ଆନୁକୁଲ୍ୟରେ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ବାହାନଗା : ବାହାନଗା ୟୁକୋ ବ୍ୟାଙ୍କ୍ ନିକଟରେ ଜୀବମ୍ ମେଡିସିନସ୍ ର ଶୁଭ ଉଦଘାଟନ ଓ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ସୂଚନାରୁ ଜଣାଯାଇଛି, ଏହି ଜୀବମ୍ ମେଡିସିନସ୍ କୁ ଓଡ଼ିଶାର ସୁନାମଧନ୍ୟ ସର୍ଜରୀ ଓ ନ୍ୟୁରୋ ସର୍ଜରୀ ପ୍ରଫେସର୍ ଡ଼ା. ପ୍ରତାପ କୁମାର ରଥ ଫିତା କାଟି ଆନୁଷ୍ଠାନିକ ଭାବେ ମେଡ଼ିସିନ୍ ଷ୍ଟୋର ଟି ର ଶୁଭ ଉଦ୍ଘାଟନ କରିଥିଲେ । ତାଙ୍କ ସହିତ ବରିଷ୍ଠ ପୂର୍ବତନ ସି.ଡି.ଏମ୍.ଓ. ମେଡିସିନ ସ୍ପେସିଆଲିଷ୍ଟ ଡ଼ା. ଏସ ଆଇ ଅହମଦ, ସଞ୍ଜୟ ବାରିକ୍ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଜୀବମ୍ ମେଡିସିନସ୍ ଅନୁକୁଲ୍ୟରେ ଏକ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା।ସର୍ଜରୀ ଓ ନ୍ୟୁରୋ ସର୍ଜରୀର ରୋଗୀମାନେ ପ୍ରଫେସର୍ ଡ଼ା. ରଥଙ୍କ ନିକଟରେ ରୋଗ ସଂପର୍କରେ ପରାମର୍ଶ କରି ଔଷଧ ନେଇଥିଲା ବେଳେ, ଡ଼ା. ଏସ ଆଇ ଅହମଦ ମେଡ଼ିସିନ୍ ସମ୍ପର୍କିତ ରୋଗୀମାନଙ୍କୁ ପରାମର୍ଶ ଦେଇଥିଲେ । ଡ଼ା. ସଞ୍ଜୟ କୁମାର ବାରିକ୍ ଙ୍କ ଠାରେ ସାଧାରଣ ରୋଗୀମାନେ ନିଜ ରୋଗ ସଂପର୍କରେ ପରାମର୍ଶ କରି ମେଡ଼ିସିନ୍ ନେଇଥିବା ଦେଖାଯାଇଛି । ଏ ସଂପର୍କରେ ଜୀବମ୍ ମେଡ଼ିସିନ୍ ର ପ୍ରୋପାଇଟର ସନ୍ଦୀପ କୁମାର୍ ଆଚାର୍ଯ୍ୟ କହନ୍ତି, ଗ୍ରାମାଞ୍ଚଳରେ ସାଧାରଣ ଲୋକଙ୍କ ନିକଟରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଜୀବମ୍ ମେଡ଼ିସିନ୍ ର ମୂଳ ଲକ୍ଷ୍ୟ । ଅନ୍ୟ ପକ୍ଷରେ ବରିଷ୍ଠ ମେଡ଼ିସିନ୍ ସ୍ପିସିଆଲିଷ୍ଟ ଡ଼ା. ଏସ. ଆଇ. ଅହମଦ କହିଥିଲେ କି, ବାହାନଗା ଅଞ୍ଚଳରେ ଏଭଳି ଏକ ଅନୁଷ୍ଠାନର ଆବଶ୍ୟକତା ଥିଲା ଯାହା ଆଜି ପୂରଣ ହୋଇଛି । ଜୀବମ୍ ମେଡ଼ିସିନ୍ ର ଏହି କାର୍ଯ୍ୟକ୍ରମରେ, ସନ୍ଦୀପଙ୍କ ପିତା ମାତା ବିଜୟ କୁମାର ଆଚାର୍ଯ୍ୟ, ସୁନିତି ଆଚାର୍ଯ୍ୟ, ପ୍ରଫୁଲ୍ଲ ସାମନ୍ତ ରାୟ, ମନ୍ମଥ ମହାଳିକ, ମହେଶ୍ୱର ନାୟକ, ବୈଦ୍ୟନାଥ ପଣ୍ଡା, ସମ୍ବିତ ଆଚାର୍ଯ୍ୟ ଏବଂ ବାହାନଗା ଅଞ୍ଚଳର ବହୁତ୍ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *