ପୋଲିସ ଵର୍ଦ୍ଧି ଭିତରେ ଥିଵା କଳଙ୍କର ଵିଲୋପ ପାଇଁ ଦୃଢ଼ ଆଇନଗତ କାର୍ଯ୍ଯନୁଷ୍ଠାନ ଗ୍ରହଣ କରାଯାଉ : ଜୟନ୍ତ ଦାସ

ଵାଲେଶ୍ଵର : ନୀଳଗିରୀର ସାମ୍ଵାଦିକ ଶ୍ରୀଯୁକ୍ତ ଲୋକନାଥ ଦଳେଇଙ୍କ ଉପରେ ପୋଲିସର ଵର୍ଵରୋଚିତ, ଅମାନଵୀୟ ମରଣାନ୍ତକ ଆକ୍ରମଣ, ମୁମୁର୍ଷୁ ଅଵସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଵାଵେଳେ ତାଙ୍କ ଗୋଡରେ ଶିକୁଳୀ ଲଗାଇଵା ଘଟଣା ନୀଳଗିରୀର କେତେକ ପୋଲିସ ଅଧିକାରୀଙ୍କ ଯୋଗୁଁ ପୋଲିସ ଵର୍ଦ୍ଧି ଉପରେ କଳଙ୍କ ଦାଗ ଲାଗିଛି । ଘଟଣା କ୍ରମରେ ସାମ୍ଵାଦିକ ଲୋକନାଥ ଦଳେଇ ମୋଟରସାଇକେଲରେ ଗଲାଵେଳେ ଜନୈକ ହୋମଗାର୍ଡ ତାଙ୍କୁ ଦୁର୍ଘଟଣାଗ୍ରସ୍ତ କରାଇ ଓଲଟା ଲୋକନାଥଙ୍କୁ ଗାଳିଗୁଲଜ କରିଵା ଘଟଣାରେ ସ୍ଥାନୀୟ ଦେଖଣାହାରୀ ଲୋକେ ହସ୍ତକ୍ଷେପରେ ଚୋରୀ ପରେ ସିନାଜୋରୀ ଦେଖାଇଥିଵା ହୋମଗାର୍ଡ ଲୋକନାଥଙ୍କୁ କ୍ଷମାମାଗି ଫେରିଥିଲା । ଉକ୍ତ ରାତିରେ ନୀଳଗିରୀ ପୋଲିସ ଏକ ଷଡ଼ଯନ୍ତ୍ର ରଚନା କରି ସକାଳ ହେଵାକ୍ଷଣି ସାମ୍ଵାଦିକ ଲୋକନାଥଙ୍କୁ ତାଙ୍କ ଵାସ ଭଵନରୁ ପୋଲିସ ଗିରଫ କରିଆଣି ଥାନାରେ ଦୀର୍ଘ ୬/୭ ଘଣ୍ଟା ମରଣାନ୍ତକ ଆକ୍ରମଣ ଓ ନିର୍ଜାତନା ଦେଇ ମୁମୁର୍ଷୁ ଅଵସ୍ଥାରେ ମିଥ୍ଯା ଦଫା ଲଗାଇ କୋର୍ଟରେ ହାଜରକରାଇଵା ଓ ଅସୁସ୍ଥତା ଦେଖି କୋର୍ଟ ଲୋକନାଥଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଥିଵା ଵେଳେ ଡାକ୍ତରଖାନାରେ ଚିକିତ୍ସାଧୀନ ସାମ୍ଵାଦିକଙ୍କ ଗୋଡ଼ରେ ଶିକୁଳି ଲଗାଇଵା ସାଧାରଣରେ ଅଶାନ୍ତି ସୃଷ୍ଟି କରିଛି । ଏହି କେତେଵର୍ଷ ଧରି ଗଣତନ୍ତ୍ରର ୪ଟି ସ୍ତମ୍ଭ ଵିଧାୟିକା, କାର୍ଯଵାହିକା, ନ୍ଯାୟପାଳିକା ଓ ସମ୍ଵାଦ ଵାହିକା ଭିତରୁ କାର୍ଯ୍ଯଵାହିକା ଵିଶେଷକରି ପୋଲିସ ତା’ର ସୀମା ଲଂଘନ କରି ଦୁର୍ନୀତି, ଭ୍ରଷ୍ଟାଚାର ଓ ରକ୍ତମୂଖା ଅତ୍ଯାଚାର ଗଣତନ୍ତ୍ର କଣ୍ଠରୋଧ କଲାଣି । ଗୁଜରାଟ, ଉତ୍ତରପ୍ରଦେଶ, ମଧ୍ଯପ୍ରଦେଶ, ହରିଆନା, ଜମ୍ମୁକାଶ୍ମୀର, ଆସାମ ଭଳି ଏଵେ ଓଡିଶାରେ ଯାଜପୁର, ମାଲକାନଗିରି, ଗଞ୍ଜାମ ପରେ ଵାଲେଶ୍ଵରରେ ସାମ୍ଵାଦିକଙ୍କ ଉପରେ ପୋଲିସ ଵର୍ଵରତାର ସୀମା ଲଂଘନ କରିଛି । ସତ୍ଯ ସମ୍ଵାଦ ପରିଵେଷଣ ପ୍ରତି ହିଂସାର ଆଶ୍ରୟ ନେଵା – ଗଣତନ୍ତ୍ରର କଣ୍ଠରୋଧ କରି ତାନାଶାହୀ ଵ୍ଯଵସ୍ଥା ଆଡକୁ ଟଣାଯାଉଛି । ସମାଜରେ ଆଇନଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଜରୁରୀ ଥିଵାଵେଳେ ସୀମିତ କେତେଜଣ ଅପରାଧୀ ସମାଜକୁ ସୁରକ୍ଷା ଦେଉଥିଵା ପୋଲିସ ଵର୍ଦ୍ଧିର ଅପଵ୍ଯଵହାର କରି ଵର୍ଦ୍ଧି ଉପରେ କଳଙ୍କର ଦାଗ ଲଗାଇଲେଣି । ଓଡିଶାରେ ଦୀର୍ଘ ୨୨ ଵର୍ଷର ଶାସନ କ୍ଷମତାରେ ରହି ଲୋକପ୍ରିୟତାର ଶ୍ରେୟ ନେଉଥିଵା ମୁଖ୍ଯମନ୍ତ୍ରୀ, ଓଡିଶା ଅମଲା ମୁଖ୍ଯ – ମୁଖ୍ଯ ଶାସନ ସଚୀଵ, ପୋଲିସ ମହା ନିର୍ଦ୍ଦେଶକ, ଓଡିଶା ଉଚ୍ଚ ନ୍ଯାୟାଳୟ, ଵାଲେଶ୍ଵର ଆଇଜିପି, ଜିଲ୍ଲାପାଳ ଓ ଏସ୍ ପି ଏହି ଘଟଣାରେ ଚରମ ଅପରାଧ କରିଥିଵା ପୋଲିସ ଅଧିକାରୀଙ୍କୁ ଵଦଳୀ ଅଥଵା ନିଳମ୍ଵନର ଆଢୁଆଳରେ ଅପରାଧ ପ୍ରଵଣତାକୁ ପ୍ରୋତ୍ସାହନ ଦେଵା ପରିଵର୍ତ୍ତେ ସାମ୍ଵାଦିକଙ୍କୁ ଦୀର୍ଘ ୬/୭ ଘଣ୍ଟା ଅମାନୁଷିକ ଆକ୍ରମଣ, ନିର୍ଯାତନା ସହ ହତ୍ଯା ଉଦ୍ଯମ କରିଥିଵା ସମ୍ପୃକ୍ତ ଅପରାଧୀ ପୋଲିସ ଅଧିକାରୀଙ୍କ ଉପରେ ଆଵଶ୍ଯକୀୟ ମକଦ୍ଦମା ପଞ୍ଜିକରଣ କରାଇ ଗିରଫକରି ଵିଚାରାଳୟରେ ହାଜର କରାଇଵାକୁ ଏଆଇଟିୟୁସି ଜାତୀୟ ପରିଷଦ ସଦସ୍ଯ ଜୟନ୍ତ ଦାସ ଆଜି ଏକ ସାମ୍ଵାଦିକ ସମ୍ମିଳନୀରେ ଦୃଢ଼ ଦାଵି କରିଛନ୍ତି । ଅପରାଧରେ ଜଡିତ ପୋଲିସ ଅଧିକାରୀଙ୍କ ଵିରୋଧରେ ମକଦ୍ଦମା ଓ ସମ୍ପୃକ୍ତ ଅପରାଧୀଙ୍କୁ ଗିରଫକରି ଵିଚାରାଳୟରେ ନପହଞ୍ଚାଇଲେ ଏଆଇଟିୟୁସି ସହଵନ୍ଧିତ ନିଖିଳ ଓଡିଶା ଅଙ୍ଗନଓ୍ଵାଡି କର୍ମୀ ସଂଘ, ଓଡିଶା ପଥ ଵିକ୍ରେତା ସଂଘ ସମେତ ଵିଭିନ୍ନ ଟ୍ରେଡ୍ ୟୁନିୟନ ପକ୍ଷରୁ ସୋମଵାର ଠାରୁ ଆନ୍ଦୋଳନ ପାଇଁ ଚେତାଵନୀ ଦିଆଯାଇଛି । ଏହି ସାମ୍ଵାଦିକ ସମ୍ମିଳନୀରେ ଏଆଇଟିୟୁସି ରାଜ୍ଯ ପରିଷଦ ସଦସ୍ଯ ତଥା ନିଖିଳ ଓଡିଶା ଅଙ୍ଗନଓ୍ଵାଡି କର୍ମୀ ସଂଘ ଜିଲ୍ଲା ସଭାପତି ପ୍ରତିଭା ପାଲ, ଜିଲ୍ଲା ସମ୍ପାଦିକା ଲକ୍ଷ୍ମୀପ୍ରିୟା ଦାସ, ନୀଳଗିରୀ ଵ୍ଲକ ସଭାପତି ଭାରତୀ ନାୟକ, ଓଡିଶା ପଥ ଵିକ୍ରେତା ସଂଘର ଵାଲେଶ୍ଵର ପୌରାଞ୍ଚଳ ଉପସଭାପତି ଆଵିଦ ଖାନ, ଦୀନଵନ୍ଧୁ ସାହୁ ପ୍ରମୁଖ ଏହି ସାମ୍ଵାଦିକ ସମ୍ମିଳନୀରେ ଉଦଵୋଧନ ଦେଇଥିଲେ । ଅନ୍ଯମାନଙ୍କ ମଧ୍ଯରେ ରୀନା ରାଣୀ ଜେନା, ମଧୁସ୍ମିତା ଵେହେରା, ସରସ୍ଵତୀ ପାଣ୍ଡିଆ, ଶାନ୍ତିଲତା ମାଝୀ, ନମିତା ଵେହେରା, ସସ୍ମିତା ପ୍ରଧାନ, ଜୟନ୍ତୀ ଦାସ, ପ୍ରଦୋଷ ନନ୍ଦ ଓ ମନୋଜ ରାଠୋର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *