ସ୍ଥାନାନ୍ତର ହେବ ରାଜପଥ କଡ଼ରେ ଥିବା ବିଭିନ୍ନ ଉଠାଦୋକାନ

ଚୌଦ୍ୱାର : ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବାରୁ ଚୌଦ୍ୱାର ପୌରପାଳିକାର ଓଟିଏମ୍‍ ବଜାର ଓ ଗାନ୍ଧୀଛକ ଠାରେ ଏହି ରାଜପଥ କଡ଼ରେ ଥିବା ବିଭିନ୍ନ ଉଠାଦୋକାନକୁ ସ୍ଥାନାନ୍ତର କରାଯିବା ପାଇଁ ଚୌଦ୍ୱାର ଥାନା ତରଫରୁ ପଦକ୍ଷେପ ନିଆଯାଇଛି । ରାଜପଥ କଡ଼ରେ ବହୁମାତ୍ରାରେ ଉଠା ଦୋକାନୀ ବ୍ୟବସାୟ ଚଳାଇ ରଖିଥିବାରୁ ରାସ୍ତା ସଂକୁଚିତ ହେବା ସହିତ ପ୍ରତିଦିନ ଦୁର୍ଘଟଣା ମାନ ଘଟି ଧନ ଜୀବନ ହାନି ହେଉଛି । ଏଥି ସହିତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟରେ ବାଧା ସୃଷ୍ଠି ହେଉଛି । ଲୋକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ଦୋକାନ ସବୁକୁ ସ୍ଥାନାନ୍ତର କରିବା ଜରୁରୀ ହୋଇ ପଡ଼ିଥିବା ଆଇଆଇସି ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି । ଏହି ଉଠା ଦୋକାନୀମାନଙ୍କୁ ଓଟିଏମ୍‍ ବଜାର ନିକଟ ବ୍ୟାଘ୍ରବାହିନୀ ପଡ଼ିଆ ଓ ଗାନ୍ଧୀଛକ ସ୍ଥିତ ମାର୍କେଟ କମ୍ପେ୍ଲକ୍ସ୍‍ ପଛପଟେ ଥଇଥାନ କରାଯିବା ପାଇଁ ସ୍ଥାନ ନିରୂପଣ କରାଯାଇଥିବା ଏବଂ ଏହି ପ୍ରକ୍ରିୟା ୭ ଦିନ ଭିତରେ କାର୍ଯ୍ୟକାରୀ ହେବ ବୋଲି ଶ୍ର ପତି ପ୍ରକାଶ କରିଛନ୍ତି । ଆଇଆଇସି ଶ୍ରୀ ପତି ପୁଲିସ୍‍ ଫୋର୍ସ ସହିତ ଶୁକ୍ରବାର ଦିନ ରାଜପଥ କଡ଼ ବଜାରଗୁଡ଼ିକୁ ଯାଇ ଉଠା ଦୋକାନୀମାନଙ୍କୁ ଏସମ୍ପର୍କରେ ତାଗିଦ୍‍ କରିଛନ୍ତି ।

Leave a Reply

Your email address will not be published. Required fields are marked *