ଦେବୀନଦୀରେ ଭାସୁଛି ମୃତଦେହ

ଜଗତସିଂହପୁର, :  ଦେବୀନଦୀରେ ଭାସୁଛି ମୃତଦେହ ।  ଜଗତସିଂହପୁର ସଦର ଥାନା  ଏକସୁଧା ଗାଁ ନିକଟସ୍ଥ ଦେବୀ ନଦୀରେ ଜନୈକ ବ୍ୟକ୍ତିଙ୍କ ମୃତ ଦେହ ଭାସୁଥିବାର ଦେଖିବାକୁ ମିଳିଛି ।

ମୃତ ବ୍ୟକ୍ତିଙ୍କର କୌଣସି ପରିଚୟ ମିଳି ପାରିନାହିଁ । ମୃତ ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ସହ ମୁହଁଟି ଅଧିକ ପଚି ଯାଇ ଥିବାରୁ  ଠିକ୍ ଭାବରେ ଚିହ୍ନି ହେଉନାହିଁ । ସ୍ଥାନୀୟ ଅଞ୍ଚଳର କି କେଉଁଠୁ ଭାସି ଆସି ଏହା ଏଠାରେ ଲାଗିଛି ତାହା ସ୍ପଷ୍ଟ ହୋଇ ନାହିଁ ।  କେହି ହତ୍ୟା କରି ମୃତଦେହକୁ ନଦୀରେ ଫିଙ୍ଗି ଦେଇ ଥିବାର ସନ୍ଦେହ କରାଯାଉଛି ।

ଘଟଣା ସ୍ଥଳରେ ପୋଲିସ ପହଁଚି ନଥିବା ବେଳେ ମୃତଦେହକୁ ଦେଖିବା ପାଇଁ ନଦୀ କୂଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମି ଥିବା ଦେଖା ଯାଇଛି ।

Leave a Reply

Your email address will not be published. Required fields are marked *