ବଣାଇଗଡ: ରିପୋର୍ଟ (ଲୋକନାଥ ସାମଲ)
ସୁନ୍ଦରଗଡ଼ ଜିଲ୍ଲା ବଣାଇ ସଵଡିଭିଜନ କୋଇଡା ଥାନା ଅନ୍ତର୍ଗତ କାଶିରା ଗ୍ରାମ ରେ ଶ୍ଵଶୁର ଘର କୁ ଆସି ଜ୍ୱାଇଁ ନିଖୋଜ ଥିବା ଜଣା ପଡ଼ିଛି, ଘଟଣା ରୁ ପ୍ରକାଶ ଯେ ଆଜି କୁ ତିନି ଦିନ ତଳେ କେନ୍ଦୁଝର ଜିଲ୍ଲା ତୋପାଳି ଗ୍ରାମ ର ଦାମୋଦର ନାଏକ , କୋଇଡା ଥାନା ଅନ୍ତର୍ଗତ କାଶିରା ଗ୍ରାମ ରେ ଥିବା ନିଜ ଶ୍ଵଶୁର ଘର କୁ ଆସିଥିଲେ, ଏବଂ ଗତକାଲି କାଶିରା ଗ୍ରାମ ର ଦୁଇ ଜଣ ଯୁବକଙ୍କ ସହ ମିଶି ନିକଟରେ ଥିବା ଏକ ପରିତ୍ୟକ୍ତ ପୋଖରୀ କୁ ମାଛ ଧରିବାକୁ ଯାଇଥିଲେ କିନ୍ତୁ ବହୁ ବିଳମ୍ବ ପରେ ମଧ୍ୟ ସେ ଶ୍ଵଶୁର ଘର କୁ ଫେରି ନଥିଲେ, ଶ୍ଵଶୁର ଘର ଲୋକେ ମଧ୍ୟ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ନ ପାଇବାରୁ ଶେଷରେ ପୋଲିସ କୁ ଖବର ଦେଇଥିଲେ, ଖବର ପାଇ ପୋଲିସ ସଙ୍ଗେସଙ୍ଗେ ଅଗ୍ନିଶମ କର୍ମଚାରୀ କୁଂ ସାଙ୍ଗରେ ନେଇ ପୋଖରୀ ନିକଟକୁ ଯାଇଥିଲେ, ପୋଖରୀ ନିକଟରେ ଯୁବକଙ୍କ ଚପଲ ଓ ମାଛଧରା ସାମଗ୍ରୀ ପଡ଼ିଥିବା ବେଳେ ଯୁବକ କିନ୍ତୁ ମିଳିନଥିଲେ। ପୋଖରୀ ଭିତରେ ପଶି ଅଗ୍ନିଶମ ବାହିନୀ ଅନେକ ଖୋଜାଖୋଜି କଲେ ମଧ୍ୟ କୋୖଣସି ପତ୍ତା ମିଳିନଥିଲା। ଶେଷରେ ରାତି ର ଅନ୍ଧାର ଯୋଗୁଁ ଖୋଜାଖୋଜି କୁ ଅଧାରୁ ବନ୍ଦ କରି ଦିଆଯାଇଥିଲା। ପୁଣି ଥରେ ଆଜି ସକାଳୁ , ପୋଲିସ ଓ ଅଗ୍ନିଶମ ବାହିନୀ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ଯୁବକଙ୍କ କୋୖଣସି ପତ୍ତା ମିଳିନଥିଲା। ଅନ୍ୟପଟେ ଯୁବକଙ୍କ ସହ ମାଛ ମାରିବାକୁ ଯାଇ ଥିବା କାଶିରା ଗ୍ରାମ ର ଦୁଇ ଯୁବକ କୁଂ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଥିବା ଜଣାପଡିଛି
[contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form]
