ମାଓବାଦୀଙ୍କ ପିଏଲ,ଜିଏ ସପ୍ତାହ ପାଳନ ଅବସରରେ ସିଆରପିଏଫ ପକ୍ଷରୁ କୁମ୍ବିଂ ଅପରେସନ ଜାରି

 

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ର ଅନେକ ଅଞ୍ଚଳ ମାଓ ଅଧ୍ୟୁଷିତ ହୋଇ ଥିବା ବେଳେ , ବର୍ତ୍ତମାନ ମାଓବାଦୀଙ୍କ ପିଏଲ ଜିଏ ସପ୍ତାହ ପାଳନ କୁ ଦୃଷ୍ଟିରେ ରଖି ଆଜି କେ ବଲାଙ୍ଗ ଥାନା ଅନ୍ତର୍ଗତ ଜାମୁଡିହି, ରେଞ୍ଜ ଡା, ସ୍ଵୟମ୍ବା,ଟୋପାଡିହି, ଆଦି, ଜଙ୍ଗଲ ରେ ସିଆରପିଏଫ ର୧୯ ବାଟାଲିୟନର ଯବାନ କଂ ସମେତ ଜିଲ୍ଲା ପୋଲିସର ମିଳିତ ସହଯୋଗରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ପୂର୍ବରୁ ମଧ୍ୟ ଏସବୁ ଜଙ୍ଗଲ ରେ ମାଓବାଦୀଙ୍କ କ୍ୟାମ୍ପ ଠାବ ହୋଇଥିବା ବେଳେ,ଏହା ଓଡ଼ିଶା ଓ ଝାଡ଼ଖଣ୍ଡ ସିମାନ୍ତ ସରଣ୍ଡା ଜଙ୍ଗଲ ଅନ୍ତର୍ଗତ ମାଓବାଦୀଙ୍କ ଚରାଭୂଇଁ ଭାବେ ପରିଚିତ ହେଉଥିଲା ମାଓବାଦୀ ସପ୍ତାହ ଚାଲିଥିବା ବେଳେ ଗୁଇନ୍ଦା ସୂତ୍ରରୁ ଖବର ପାଇ ଆଜି ପୋଲିସ ସନ୍ଧାନୀ କୁକୁର ସହାୟତା ରେ ଏସବୁ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲୁ ରଖିଥିବା ବେଳେ ଜଙ୍ଗଲ ରାସ୍ତାରେ ତିନୋଟି ଲ୍ୟାଣ୍ଡମାଇନ ଠାବ କରାଯାଇଥିଲା ସୁରକ୍ଷା ବାହିନୀ କୁ ଟାର୍ଗେଟ କରି ମାଓବାଦୀମାନେ ଏସବୁକୁ ଖଞ୍ଜି ଥିବା ସନ୍ଦେହ କରାଯାଉଛି। ପରେ ପୋଲିସ ସମସ୍ତ ଲ୍ୟାଣ୍ଡମାଇନ କୁ ନିଷ୍କ୍ରିୟ କରି ନଷ୍ଟ କରିଦେଇଥିବା ଜଣାପଡିଛି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ସିଆରପିଏଫ କମାଣ୍ଡାଣ୍ଟ ରାଜେଶ କୁମାର କଂ ନିର୍ଦ୍ଦେଶରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି

Leave a Reply

Your email address will not be published. Required fields are marked *