ବାଲେଶ୍ବର : ସତ ଅଫିସରଙ୍କ ମିଛ ଅଭିନୟ , ଗୋଟେ ପଟେ ସୋରରେ ବଡ ବଡ ମଦ ମାଫିଆ ରାଜ କରୁଛନ୍ତି , ଛକ ପାନ ଦୋକାନଠୁ ମୁନିସ ପାଲିଟିର କିଛି ହୋଟେଲ ଓ ଚାଉମିନ ଦୋକାନରେ ମଦର ବନ୍ୟା ହେଉଛି , ସରକାରୀ ଠିପି ବନ୍ଦରେ ଖୁଲମ ଖୁଲା ଠିପି ଖୁଲା ଚାଲିଛି ସେଠି ଅବକାରୀ ବାବୁ ବାବୁଆଣିଙ୍କ କତ୍ରୁତ୍ବ କଣ ତାହା ସମସ୍ତଙ୍କୁ ଜଣା , ଏପଟେ ଚୂନା ଚୁପୁରିଙ୍କୁ ଧରି ବାହା ବାହା ପାଇଁ ଫଟୋ ପୋଜ ଦିଆ ଚାଲିଛି , ସୋର ଅବକାରି କଣ କରୁଛି ତାହା କାହାକୁବା ଅଛପା , ଅବକାରି ଯାହାକୁ ଗିରଫ କରେ ସେ ତାପର ଦିନ ବେଲ ହେଇକି ମଦ ବିକେ କିନ୍ତୁ ଆଉ ତାକୁ ଧରାଯାଏନି , କାହିଁକି ନା ଲୋକ କୁହନ୍ତି ସେଟିଂ ହୋଇଗଲା , ଏମିତିତ ସୋରରେ ବହୁ ହୋଟେଲରେ ଖୁଲମ ଖୁଲା ମଦ ବିକ୍ରି ହୁଏ ତାଙ୍କର କେହି କଣ ବାଳ ବଙ୍କା କରିପାରୁଛିକି ? ନାଁ , କାହିଁକି ? ସେକଥା ଗାଁର ଭଗିଆବି କହିଦେବ , ଏଠି କିନ୍ତୁ ମାସର ୧୦ରୁ ୧୫ଟା ମଦ ଧରା କେସ ହୁଏ , ଆମେ ସାମ୍ବାଦିକ ବେହିଆ ଭଳି ଖବର କରୁ , ମିଛ ପ୍ରସଂସା ନେଇ ଅବକାରୀ ବାବୁ ବାବୁ ଆଣୀ ବେସ ଖୁସି ହୁଅନ୍ତି , ଯାହାକୁ ଦେଖିଲାପରେ ଗୋଟେ କଥା କୁହାଯାଇପାରେ ସତ ଅବକାରୀ ମିଛ ଚୋରଧରା ା ସେମିତି ଏକ ମିଛ ଚୋରଧରା ମାନେ ବଡ ନୁହଁ ଛୋଟ ବେପାରିଙ୍କୁ ଧରି ଫଟୋ ପୋଜ ଦେଇଛି ସୋର, ଖଇରା ଓ ନୀଳଗିରି ଅବକାରୀ , ଆଜି ବାଲେଶ୍ବର ଜିଲ୍ଲା ସୋର ଅବକାରୀ , ନୀଳଗିରି ଅବକାରୀ ଓ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ , କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ଆଇ ଆଇସି ଏବଂ ଖଇରା ଅବକାରୀ ଅଧିକାରିଣୀ କଳ୍ପନା ଜେନା ଶୁକ୍ରବାର ସକାଳେ ଶିଙ୍ଗାଖୁଣ୍ଟା ପଞ୍ଚାୟତରେ ଦୁଇଟି ଦେଶୀ ମଦ କାରଖାନା ଉପରେ ଚଢ଼ାଉ କରିଥିଲା । ଚଢାଇ ବେଳେ ୨୫୦ ଲିଟର ଦେଶୀ ମଦ, ୫୦୦ ଲିଟର ଗୁଡ଼ ପୋଚ ନଷ୍ଟ କରାଯାଇଛି ।
ସେହିପରି ସିମୁଳିଆ ଥାନା ବିରଞ୍ଚିପୁର ଗ୍ରାମରେ ଚଢ଼ାଉ କରି କମଳା ବଳ ନିକଟରୁ ୫ ଲିଟର ନକଲି ବିଦେଶୀ ମଦ ସହ ୫୦ ଲିଟର ସ୍ପିରିଟ ଜବତ କରିବା ସହ ଅଭିଯୁକ୍ତ ମହିଳା କମଳାଙ୍କୁ ଗିରଫ କରାଯାଇଛି । ଖଇରା ଥାନା ହରିପୁର ଗ୍ରାମର ହେମଲତା ଜେନାଙ୍କଠାରୁ ୧୫ ଲିଟର ଦେଶୀ ମଦ, ଝାଟିଆ ଗ୍ରାମର ଲକ୍ଷ୍ମୀ ବେହେରାଙ୍କଠାରୁ ୪ ଲିଟର ବିଦେଶୀ ମଦ ସହ ୨୦ ଲିଟର ଦେଶୀ ମଦ, ରଟିଣା ଗ୍ରାମର ଭରତ ସେଠୀ ଠାରୁ ୪୫ ଲିଟର ଦେଶୀ ମଦ ଏବଂ ହରିପୁର ଗ୍ରାମର ସୁକାନ୍ତ ଜେନାଠାରୁ ୨୦ ଲିଟର ଦେଶୀମଦ ଜବତ କରିବା ସହିତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏଠାରେ ପ୍ରଶ୍ନ ଉଠୁଛୁକି ବାସ୍ତବରେ ଏତିକି କରି ମଦ ଧରାଯାଇଛି ନା କମ କରି ଦିଆ ଯାଇଛି ଯାହା ବଡ ପ୍ରଶ୍ନ I ତେବେ ମଦବେପାରିଠୁ ମାଫିଆଙ୍କ ନିର୍ଜାତନା ଦିନକୁ ଦିନ କେତେ ଘର ବୁଡଉଛି ତାହାର କିଛି ଫରକ ପଡେନି ସରକାରୀ ସାହିବଙ୍କ ଉପରେ , ସାଧାରଣ ଲୋକର ଅଭିଯୋଗ ଜଳା ପୋଡାର ପ୍ରଭାବବି କଣ ହୁଏ ତାହା ସମସ୍ତଙ୍କୁ ଜଣା ସେଥିପାଇଁତ କୁହାଯାଏ ତମେ ଗୁହାରି କରିବ ଯାହାକୁ ମଦ ମାଫିଆ ଘଇତା କରନ୍ତି ତାହାକୁ I
