ବାଲେଶ୍ବର : ” ପିସି ” ମାନେ ସିଧାକଥା ଚାନ୍ଦା ଏଇ ପିସିର ଉତ୍ପତି ବିଶେସ୍ବତଃ ଜେଇ ମାନେ ଜୁନିଅର ଇଞ୍ଜିନିଅରଙ୍କ ପାଖରୁ ହୋଇଛି। ତେବେ ସେଇ ପିସିର ଭାଗ ବହୁ ବଡ ବଡ ବାବୁଙ୍କର ଥାଏ ସେଥିପାଇଁତ ଜେଇମାନଙ୍କୁ ଚୋରି କରି ଖସିଜିବାକୁ ସହଜ ହୁଏ। କୁହାଯାଏ ପିସି ନେଇ ସରକାରୀ ଟଙ୍କା ଆତ୍ମ ସାତ କରୁଥିବା ବହୁ ସରକାରୀ କର୍ମଚାରୀଙ୍କ ଛୁଆପିଲା ଛୁଟା ନେଙ୍ଗଡା ହେବା ସହ ସେମାନଙ୍କ ପରିବାରରେ ଅଦିନିଆ ଝଡ ଆସେ। ତେବେ ଏମିତି ଛୋଟ କାମ କରୁଥିବା ଲୋକ ବହୁସମୟରେ ଖସିଯାଆନ୍ତି। ତାର କାରଣ ହେଲା ବଡ ବଡିଆଙ୍କ ସହଯୋଗ। ତେବେ ଏବେ ବାଲେଶ୍ବର ଜିଲ୍ଲା ସଦର ବ୍ଲକରେ କାର୍ଯ୍ୟରତ ଜଣେ ଜେଇ(JE) ରାସ୍ତା କାମ ବାବଦକୁ ପିସି ନେଉଥିବା ଭିଡିଓ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହେଉଛି। ସୂଚନା ମୂଳେ ଘଟଣାଟି ୫ମାସ ପୂର୍ବରୁ। ଅର୍ଥାତ୍ ଜେଇ ଜଣକ ରେମୁଣା ବ୍ଲକରେ କାର୍ଯ୍ୟରତ ସମୟରେ କୁଳିଗାଁ ଗ୍ରାମପଞ୍ଚାୟତ ପାତ୍ରସାହୀ ଗ୍ରାମରେ ଏକ କଂକ୍ରିଟ ରାସ୍ତା ନେର୍ମାଣକୁ ନେଇ କଣ୍ଟ୍ରାକ୍ଟରଙ୍କ ନିକଟରୁ ବ୍ଲକ କାର୍ଯ୍ୟାଳୟ ଭିତରେ ପିସି ନେଉଥିବାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଜେଇ ବାବୁଜଣକ ହିନସ୍ତା ଅଇଁଠା ଖିଆଙ୍କ ଭଳି ଜେମିତି କଣ୍ଟ୍ରାକ୍ଟରଙ୍କ ପାଖରୁ ପିସିନେଉଛନ୍ତି ତାକୁ ଦେଖିଲେ ଜେ କେହି କହିବ ଛି ଛି ବୋଲି ଲୋକ କହୁଛନ୍ତି। ଏଠି ସବୁଠାରୁ ବଡ କଥା ପିସି ନେଇ ଜେଇ ବାବୁ ଆରାମରେ ରହିଥିଲେବି ତାଙ୍କ ଉପରେ ଅଦ୍ୟାବଧି କୈଣସି କାର୍ଯ୍ୟାନୁଷଠାନ ହୋଇନି। ତେବେ ବାଲେଶ୍ବର ଜିଲ୍ଲାପାଳ ଏବାବଦରେ ଯାଣିଛନ୍ତି କି ? ଜଦି ନାଁ ଏବେ ଯାଣିଲା ପରେ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।
