ଲାଞ୍ଚୁଆ କର୍ମଚାରୀଙ୍କ ଉପରେ ପଡିଲା 5T ପାହାର,ବିଦା ହେଲେ ତିନି ।

ଜଳେଶ୍ୱର : ( ସଂଜୟ ଦାସ ) ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି କେଳେଙ୍କାରୀରେ ଛନ୍ଦିହେବା ପରେ ତିନି ଲାଞ୍ଚୁଆ କର୍ମଚାରୀଙ୍କ ଉପରେ ପଡିଛି 5T ପାହାର । ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ପଶ୍ଚିମବାଡ଼ ପଞ୍ଚାୟତର ଜିଆରଏସ ସବିତା ପୃଷ୍ଟି,ପିଇଓ ସୁଶାନ୍ତ ଜେନା ଏବଂ ଜେଇ ଦିନେଶ ଅଡ଼ା ମିଳିମିଶି ପଞ୍ଚାୟତରେ ବ୍ୟାପକ ଦୁର୍ନୀତି କରିଥିବାର ଅଭିଯୋଗ ଆସିବା ପରେ ବାଲେଶ୍ଵର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ତଦନ୍ତ କରି ୩ କର୍ମଚାରୀଙ୍କ ଉପରେ ନେଇଛନ୍ତି କାର୍ଯ୍ୟାନୁଷ୍ଠାନ । ଦୁର୍ନୀତି ଅଭିଯୋଗର ସତ୍ୟତା ଦେଖି ତତ୍କ୍ଷଣେ କାର୍ଯ୍ୟରୁ ସବୁଦିନ ପାଇଁ ବିଦା ହେଲେ ଜିଆରଏସ ସବିତା ପୃଷ୍ଟି । ପିଇଓ ସୁଶାନ୍ତ ଜେନା ଓ ଜେଇ ଦିନେଶ ଅଡାଙ୍କୁ ଅନ୍ୟତ୍ର ବଦଳି ସହିତ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଜିଲ୍ଲା ପାଳଙ୍କ ଏପରି ତତ୍ପରତା କାର୍ଯ୍ୟ ଦେଖି ଦୁର୍ନୀତି ଲାଞ୍ଚୁଆ କର୍ମଚାରୀଙ୍କ ମନ ଭିତରେ ପଶିଛି ବଡ଼ ଛନକା । ଦୁର୍ନୀତିରେ ଛନ୍ଦି ହୋଇଥିବା ପିଇଓ ଏବଂ ଜେଇଙ୍କ ଉପରେ ଖାଲି କାରଣ ଦର୍ଶାଅ ନୋଟିସ ଓ ଅନ୍ୟତ୍ର ବଦଳି କରି ଜିଲ୍ଲାପାଳ ବସିଯିବେ ନା “ମୋ ସରକାର”ର ନୀତି ନିୟମଟା ଛୋଟ ମୂଷା ମାରି କାମ ଶେଷ ତାହା ଦେଖିବା ପାଇଁ ଆଗକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *