ନୂଆ ୭୧୯ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୧୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୪୨୨ ଓ ସ୍ଥାନୀୟ ସଂକ୍ରମିତ ୨୯୭ ଜଣ ରହିଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୧୨୫ ଜଣ ରହିଛନ୍ତି ରାଜ୍ୟର ଅନୁଗୁଳ ଜିଲାରେ ୧୮, ବାଲେଶ୍ୱର ୪୩, ବରଗଡ ୧, ଭଦ୍ରକ ୧୯, ବଲାଙ୍ଗିର ୩, ବଉଦ ୬ ଓ କଟକ ଜିଲାରେ ୮୯ ଜଣ ଚିହ୍ନଟ ହୋଇଛନ୍ତି। ଦେବଗଡରେ ୯, ଢେଙ୍କାନାଳ ୧୪, ଗଞ୍ଜାମ ୫, ଜଗତସିଂହପୁର ୨୩, ଯାଜପୁର ୨୭, ଝାରସୁଗୁଡା ୨, କଳାହାଣ୍ଡି ୩ ଓ କନ୍ଧମାଳ ଜିଲାରେ ୪ ଜଣ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡାରେ ୨୮, କେନ୍ଦୁଝର ୧୩, ଖୋର୍ଦ୍ଧା ୨୫୯, କୋରାପୁଟ ୩, ମାଲକାନାଗିରି ୨, ମୟୁରଭଞ୍ଜରୁ ୩୦ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ନବରଙ୍ଗପୁରରେ ୧, ନୟାଗଡ ୧୧, ପୁରୀ ୧୪, ରାୟଗଡା ୨, ସମ୍ବଲପୁର ୧୨, ସୋନପୁର ୨, ସୁନ୍ଦରଗଡ ୧୯ ଏବଂ ଷ୍ଟେଟପୁଲରୁ ୫୭ ଜଣଙ୍କୁ ଚିହ୍ନଟ କରାଯାଇଛି। ଦିନକ ମଧ୍ୟରେ ରାଜ୍ୟରେ ୭୬୨ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସଂପ୍ରତି ୭୧୫୯ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି।

Leave a Reply

Your email address will not be published. Required fields are marked *