ବୁର୍ଲା : ଡ଼ର ଶୀଖର ପର୍ଯ୍ୟନ୍ତ କବଳିତ କରିଥିଲା । ଏପରିକି ଏହି ନିଆଁ ଲାଗିବା ଫଳରେ ପାହାଡ଼ରେ ରହିଥିବା ବୃକ୍ଷ, ଔଷଧିୟ ବୃକ୍ଷମାନ ଜଳିବା ସହିତ ପାହାଡ଼ରେ ବସବାସ କରୁଥିବା ବନ୍ୟଜନ୍ତୁ ଯେପରି ବରାହ, କୁଟୁରା, ଠେକୁଆ, ଗୋଧି, ଶିଆଳ ସହିତ ଅନ୍ୟାନ୍ୟ ବନ୍ୟଜନ୍ତୁ ତଥା ସରିସୃପ ଏବଂ ବିହଙ୍ଗ ମାନଙ୍କ ପାଇଁ ପାହାଡ଼ର ନିଆଁ ଜମର ଡ଼ାକରା ସଦୃଶ ସମସ୍ତଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇଥିଲା । ସେପଟେ ବନ୍ୟ ବିଭାଗ ପକ୍ଷରୁ ବିଶେଷ ଭାବରେ ଏହି ଅସାମାଜିକ ତତ୍ୱଙ୍କ ଉପରେ ନଜର ରଖାନଯିବା ଫଳରେ ଏତାଦୃଶ ଉଦ୍ଧତ ଅସାମାଜିକ ତତ୍ୱ ଏପରି ଭାବରେ ଜଙ୍ଗଲରେ ନିଆଁ ଲଗାଇ ଚାଲି ଯାଉଛନ୍ତି । ସେପଟେ ନିଆଁ ପ୍ରକୋପରେ ଗ୍ରୀଷ୍ମର ପ୍ରକୋପ ସହିତ ତାପମାତ୍ର ମଧ୍ୟ ବହୁଗୁଣା ବୃଦ୍ଧି ପାଉଛି । ନିଆଁ ଲଗାଇ ଜଙ୍ଗଲକୁ ନଷ୍ଟକରି ସ୍ତାନିୟ ଅଞ୍ଚଳର ତାପମାତ୍ରାକୁ ମଧ୍ୟ ବୃଦ୍ଧି କରାଯିବା ସହିତ ଏହି ପୋଡ଼ିଯାଇଥିବା ବୃକ୍ଷମାନଙ୍କରୁ କୋଇଲା ସଂଗ୍ରହ କରିବା ସହିତ ଅନ୍ୟାନ୍ୟ ସ୍ୱାର୍ଥକୁ ହାସଲ କରିବା ପାଇଁ ଏହି ଅସାମାଜିକ ତତ୍ୱ ଅପଚେଷ୍ଟା କରି ଚାଲିଛନ୍ତି ।
ତେବେ ଏହି ଚାନ୍ଦଲି ଡ଼ୁଙ୍ଗୁରୀରେ ହଜାର ହଜାର ମାତ୍ରାରେ ବୃକ୍ଷରୋପଣ କରାଯାଇଥିବା ବେଳେ ଏଭଳି ଭାବରେ ପାହାଡ଼ରେ ନିଆଁ ଲଗାଇ ଏହାକୁ ନଷ୍ଟ କରାଯିବା କେତେଦୁର ଯୁକ୍ତି ସମ୍ମତ । ସେପଟେ ବନ୍ୟବିଭାଗର ଢ଼ିଲାମେଲା ବ୍ୟବସ୍ତା ଫଳରେ ଜଙ୍ଗଲରୁ ଅବାଧରେ ଗଛକଟା ସହିତ ଏଭଳି ଭାବରେ ଚାନ୍ଦଲି ଡ଼ୁଙ୍ଗ୍ରୀରେ ଅବାଧରେ ନିଆଁ ଲଗାଇ ଫେରାର ମାରୁଛନ୍ତି ଅସାମାଜିକ ତତ୍ୱ। ସେପଟେ ବନ୍ୟ ବିଭାଗ କୌଣସି ଅଧିକାରୀଙ୍କ ଫୋନ ସୁଇଚ ଅଫ୍ ରହିଥିବା ତଥା କାହାକୁ ଯୋଗାଯୋଗ ମଧ୍ୟ ସମ୍ଭବପର ହୋଇପାରି ନଥିଲା । ପ୍ରାକୃତିକ ସୁବିଜିମା ଭରା ପରିବେଶକୁ ସମ୍ପୁର୍ଣ୍ଣ ନଷ୍ଟ କରାଯିବା ପାଇଁ ଏହାକୁ ସମ୍ପୁର୍ଣ୍ଣ ବୃକ୍ଷବିହୀନ ଲଣ୍ଡାପାହାଡ଼ କରାଯିବା ପାଇଁ ଅସାମାଜିକ ତତ୍ୱଙ୍କ ଯୋଜନା ଜାରି ରହିଛି । ତେଣୁ ଯଥାଶିଘ୍ର ଏହା ଦିଗରେ ଦୃଷ୍ଟି ଦିଆଯିବା ସହିତ ପେଟ୍ରୋଲିଙ୍ଗ ବ୍ୟବସ୍ତାକୁ କଡ଼ା କଡ଼ି କରାଯିବା ଦିଗରେ ବନ୍ୟ ବିଭାଗ ଧ୍ୟାନ ଦେବା ପାଇଁ ସ୍ଥାନୀୟ ସଚେତନ ମହଲରେ ଦାବୀ ହେଉଛି । କିପରି ଭାବରେ ଏହି ପ୍ରାକୃତିକ ପରିବେଶ ସହିତ ବିଭିନ୍ନ ଔଷଧିୟ ତଥା ଫଳନ୍ତି ବୃକ୍ଷରେ ପରିପୁର୍ଣ୍ଣ ପାହାଡ଼କୁ ଅଧିକ ମାତ୍ରାରେ ସବୁଜ ସୁନ୍ଦର କରାଯାଇ ପାରିବ ଏହା ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ ହେଉଛି ।
