ନକଲି ସାମ୍ବାଦିକଙ୍କୁ ସାବାଡ଼ କରିବ କମିଶନରେଟ୍‌ ପୋଲିସ

ଭୁବନେଶ୍ବର :  ନକଲି ସାମ୍ବାଦିକଙ୍କ ପାଦୁର୍ଭାବ ଦିନକୁ ଦିନ ବଢ଼ୁଥିବା ବେଳେ ସେମାନଙ୍କ ଲଗାମ ଦେବାକୁ ଅଣ୍ଟା ଭିଡିଛି କମିଶନରେଟ୍‌ ପୋଲିସ ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ ଏନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି । ଭୁବନେଶ୍ବର ସମେତ ରାଜ୍ୟରେ ମନଇଛା ଗାଡ଼ିରେ ପ୍ରେସ୍ ଲେଖ୍ ବୁଲୁଥିବା ନକଲି ସାମ୍ବାଦିକଙ୍କୁ ସାବାଡ଼ କରିବାକୁ କମିଶନରେଟ୍ ଯୋଜନା କରିଛି। ଯେଉଁ ମାନେ ଗାଡ଼ିରେ ପ୍ରେସ୍ ଲେଖୁ ବୁଲୁଛନ୍ତି ସେହି ବ୍ୟକ୍ତିଙ୍କ ଯାଞ୍ଚ କରାଯିବା ବୋଲି ପୋଲିସ କମିଶନର କହିଛନ୍ତି। ଏହା ଦ୍ବାରା ନକଲି ସାମ୍ବାଦିକ ଠାବ ହୋଇ ପାରିବେ । ଏଥିରେ ସହଯୋଗ କରିବାକୁ ସାମ୍ବାଦିକ ଓ ସାମ୍ବାଦିକ ସଂଘଗୁଡିକୁ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଅନୁରୋଧ କରିଛନ୍ତି। ଗଣମାଧ୍ୟମର ଗାଡ଼ିକୁ ସାଧାରଣତଃ ସବୁ ସ୍ଥାନକୁ ଯିବାକୁ ଅନୁମତି ରହିଥାଏ। ଅଧିକାଂଶ ଗଣମାଧ୍ୟମର ଗାଡ଼ିକୁ ପୋଲିସ ଯାଞ୍ଚର ସାମ୍ନା କରିବାକୁ ପଡ଼ିନଥାଏ । ସେଥ୍ପାଇଁ ଗାଡ଼ିରେ ପ୍ରେସ୍ ଲେଖୁ ଅନେକ ସମୟରେ ଅସାମାଜିକ ବ୍ୟକ୍ତି ବୁଲୁଥିବାର ଦେଖିବାକୁ ମିଳିଛି । କିଛି ଅପରାଧୀ ମଧ୍ୟ ତାଙ୍କ ଗାଡ଼ିରେ ପ୍ରେସ୍ ଲେଖୁ ଅପରାଧିକ ଷଡ଼ଯନ୍ତ୍ର କରୁଥିବାର ନଜିର ରହିଛି । ଲକଡାଉନ୍ କାଳରେ ଗାଡ଼ିରେ ପ୍ରେସ୍ ଲେଖୁ କିଛି ସାଧାରଣ ଲୋକ ବୁଲାବୁଲି କରୁଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା । ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ କିଛି ପୋଲିସ୍ ଜାଲରେ ପଡିଥିଲେ । ଏପରିକି କିଛି ଅସାଧୁ ବ୍ୟକ୍ତି ନକଲି ପ୍ରେସ କାର୍ଡ ମଧ୍ୟ ବିକ୍ରି କରୁଥିଲେ ।

Leave a Reply

Your email address will not be published. Required fields are marked *