ଵଣାଇଗଡ! ରିପୋର୍ଟ (ଲୋକନାଥ ସାମଲ)
ପୁଷ୍ଟିହୀନତା ଓ ଚିକିତ୍ସା ଅବହେଳାର ଶିକାର ହୋଇ ଦୁଇ ସନ୍ତାନକୁ ହରେଇଲା ପରେ ଛୋଟ ପୁଅ ପିରୁ ତୁରୀ ସହିତ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଦୀର୍ଘ ୨୫ ଦିନ ଧରି ଚିକିତ୍ସାଧୀନ ଥିବା ଲହୁଣୀପଡା ବ୍ଲକ ଶସ୍ୟକଳା ପଞ୍ଚାୟତ ଅନ୍ତର୍ଗତ ଦମାଳୁ ଗ୍ରାମର ଅସହାୟା ବିଧବା ମହିଳା ଈନ୍ଦୁ ତୁରୀ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇ ଆଜି ଡାକ୍ତରଖାନାରୁ ଘରକୁ ଫେରିଛନ୍ତି ! ଆଜି ସ୍ଥାନୀୟ ଆଶା ଓ ଅଙ୍ଗନବାଡି କର୍ମୀ ଏକ ସ୍ୱତନ୍ତ୍ର ଗାଡି ଯୋଗେ ଇନ୍ଦୁଙ୍କୁ ଡାକ୍ତରଖାନାରୁ ଘର ଅଭିମୁଖେ ନେଇକି ଯାଇଛନ୍ତି ! ଇନ୍ଦୁ ଘରକୁ ପହଞ୍ଚିଲା ପରେ ମୃତ୍ୟୁବରଣ କରିଥିବା ଦୁଇ ପୁଅଝିଅକୁ ମନେ ପକାଇ ବାହୁନି ବାହୁନି କାନ୍ଦିଥିବା ବେଳେ ଶସ୍ୟକଳା ସରପଞ୍ଚ ସୁଶୀଳା ଟପ୍ପୋ, ବରସୁଆଁ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟକର୍ମୀ ସୁଷମା କୁଲ୍ଲୁ ଏବଂ ସ୍ଥାନୀୟ ମହିଳା ସାମାଜିକ କାର୍ଯ୍ୟକର୍ତ୍ତା ଅନିତା କୁମ୍ଭାର ପ୍ରମୁଖ ଇନ୍ଦୁଙ୍କୁ ସାକ୍ଷାତ କରି ସାନ୍ତ୍ଵନା ଦେଇଥିଲେ ! ତାସହିତ ସେମାନେ ଦୀର୍ଘ ସମୟ ଧରି ଉଭୟ ମାଆ ପୁଅଙ୍କ ସହିତ ଭାବ ବିନିମୟ କରିଥିବା ବାକି ଜୀବନର ସବୁ ଦୁଃଖସୁଖରେ ସାଥି ଟିଏ ହୋଇ ଛିଡା ହେବାକୁ ପ୍ରତିଶୃତି ଦେଇଥିଲେ ! ଏଠାରେ ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଠାରୁ ଇନ୍ଦୁ ଏବଂ ତାର ୩ ଶିଶୁ ରୋଗାକ୍ରାନ୍ତ ଥିବା ବେଳେ ସେପ୍ଟେମ୍ବର 20 ଦିନ ଦିନ ବଡ଼ ପୁଅର ମୃତ୍ୟୁ ଘଟିଥିବା ବେଳେ ସେପ୍ଟେମ୍ବର 21 ଦିନ ମଝିଆ ଝିଅର ମୃତ୍ୟୁ ଘଟିଥିଲା ! ତାପରେ ଗୁରୁତର ଅବସ୍ଥାରେ ଇନ୍ଦୁ ଓ ତା ସାନ ପୁଅକୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା !
