କୃଷକ ଆନ୍ଦୋଳନକୁ ବର୍ଷେ, ସଂସଦ ଭବନ ପର୍ଯ୍ୟନ୍ତ ପୁଣି ଟ୍ରାକ୍ଟର ରାଲି

ନୂଆଦିଲ୍ଲୀ : ଭାରତୀୟ କିଶାନ ୟୁନିୟନ୍‌ ତଥା କୃଷକ ନେତା ରାକେଶ ଟିକାୟତ ୨୬ ନଭେମ୍ୱରରେ ଶକ୍ତି ପ୍ରଦର୍ଶନ ଏବଂ ୨୯ ତାରିଖରେ ସଂସଦ ଭବନ ପର୍ଯ୍ୟନ୍ତ ଟ୍ରାକ୍ଟର ରାଲି କରିବା ନେଇ ପ୍ରସ୍ତୁତ ରହିବାକୁ ଦଳର ନେତାକୁ ଆହ୍ୱାନ ଦେଇଛନ୍ତି । ଶୁକ୍ରବାର ୟୁପି ଗେଟ୍‌ ଠାରେ ସମୀକ୍ଷା ବୈଠକ ପରେ ଦଳ ଏକ ମାର୍ଚ୍ଚ କରିଥିଲେ । ଦିଲ୍ଲୀ ଚାଲ ନାରାବାଜି ସହିତ ଏକ୍ସପ୍ରେସ୍‌-ୱେ ପାଖରେ ଲାଗିଥିବା ବ୍ୟାରିକେଡ୍‌ ପର୍ଯ୍ୟନ୍ତ ରିହରସଲ୍‌ କରିଥିଲେ । ଟ୍ରାକ୍ଟର ରାଲିର ଘୋଷଣା ପରେ ପୋଲିସ୍‌ର ଚିନ୍ତା ବଢ଼ିଯାଇଛି ।

କୃଷକଙ୍କ ଆନ୍ଦୋଳନ  ୨୬ ନଭେମ୍ୱରକୁ ଗୋଟିଏ ବର୍ଷ ପୂରଣ ହେବ । ସଂଯୁକ୍ତ ମୋର୍ଚ୍ଚାର ଆହ୍ୱାନରେ ୨୬ରେ ଶକ୍ତି ପ୍ରଦର୍ଶନ ଏବଂ ୨୯ରେ ଟ୍ରାକ୍ଟର ରାଲି ହେବା ନେଇ ପ୍ରସ୍ତାବିତ ଯୋଜନା ରହିଛି । ଗତକାଲି ପଶ୍ଚିମ ୟୁପିର ମଣ୍ଡଳ ୱ ଜିଲ୍ଲା ପଦାଧିକାରୀଙ୍କ ସମୀକ୍ଷା ବୈଠକ ହୋଇଥିଲା ।

ଟିକାୟତ ଏନେଇ କହିଛନ୍ତି ଯେ, ଗୋଟିଏ ବର୍ଷ ପୂରଣ ହେବାକୁ ଯାଉଛି । ସରକାର କୃଷକଙ୍କ କଥା ଶୁଣିବାକୁ ନାରାଜ । ଦାବି ପୂରଣ ନହେବା ପର୍ଯ୍ୟନ୍ତ କୃଷକ ସୀମା ଛାଡ଼ିବେନାହିଁ । କାର୍ଯ୍ୟକର୍ତ୍ତା ଏକ ବଡ଼ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ରୁହନ୍ତୁ । ଖାଦ୍ୟ-ପାନୀୟ ସହିତ ଶୀତ ପାଇଁ ବସ୍ତ୍ର ଏବଂ ଅତ୍ୟାବଶ୍ୟକୀୟ ଜିନିଷ ଧରି ସଂଗ ସୀମାରେ ପହଞ୍ଚିବାକୁ ଟିକାୟତ ଆହ୍ୱାନ ଦେଇଛନ୍ତି । ସରକାର କୃଷକଙ୍କୁ ଥକାଇବାକୁ ଚାହୁଁଛନ୍ତି । ହେଲେ କୃଷକ ଥକିବେ ନାହିଁ ବୋଲି ଟିକାୟତ କହିଛନ୍ତି ।

Leave a Reply

Your email address will not be published. Required fields are marked *