ଧାମରା ସମୁଦ୍ର ମଧ୍ୟରେ ଫିସିଙ୍ଗ ଟ୍ରଲରରେ ଅଗ୍ନିକାଣ୍ଡ

ଭଦ୍ରକ : ଧାମରା ସମୁଦ୍ର ମଧ୍ୟରେ ହୁଇଲର ଦୀପ ନିକଟରେ ଏକ ଫିସିଙ୍ଗ ଟ୍ରଲର ଅଗ୍ନିକାଣ୍ଡ ଘଟିବାରୁ ଟ୍ରଲରଟି ସମୁଦ୍ର ମଧ୍ୟରେ ବୁଡିଯାଇଛି । ମା ପଦ୍ମାବତୀ ନାମକ ଏକ ଟ୍ରଲରରେ ୧୦ ଜଣ ଧିବର ମାଛ ଧରୁଥିବା ବେଳେ ଟ୍ରଲରଟିରେ ଅଗ୍ନିକାଣ୍ଡ ଘଟିବାରୁ ଟ୍ରଲର ସମୁଦ୍ରରେ ବୁଡିଯାଇଛି । ନିକଟରେ ଥିବା ଅନ୍ୟ ଟ୍ରଲର ଧିବରମାନେ ମା ପଦ୍ମାବତୀ ଟ୍ରଲର ୧୦ ଜଣ ଧିବରଙ୍କୁ ଉଦ୍ଧାର କରି ମେରାଇନ ପୋଲିସକୁ ହସ୍ତାନ୍ତର କରିଛନ୍ତି ।

ଧାମରା ଦୋଷୀଙ୍ଗା ପଂଚାୟତର ଟ୍ରଲର ମଳିକ ସମରେଶ ପରିଡାଙ୍କ ଟ୍ରଲର ମା ପଦ୍ମାବତୀରେ ୧୦ ଜଣ ଧିବର ମାଛ ଧରିବା ପାଇଁ ସମୁଦ୍ର ମଧ୍ୟକୁ ଯାଇଥିଲେ । ଟ୍ରଲରରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିବାରୁ ସମୁଦ୍ର ମଧ୍ୟରେ ଟ୍ରଲରଟି ଜଳିବାକୁ ଲାଗିଥିଲା, ଅଗ୍ନି ପ୍ରଖର ହେବାରୁ ଟ୍ରଲରରେ ଥିବା ଧିବାରମାନେ ନିଜ ଜୀବନ ବଞ୍ଚାଇବା ପାଇଁ ସେପ୍ଟି ଜ୍ୟାକେଟ ସାହାଯ୍ୟରେ ସମୁଦ୍ରକୁ ଭାସିଥିଲେ । ନିକଟରେ ଥିବା ଅନ୍ୟ ଟ୍ରଲରରେ ଧିବରମାନେ ସେମାନଙ୍କୁ ଉଦ୍ଧାର କରିଛନ୍ତି ।

Leave a Reply

Your email address will not be published. Required fields are marked *