ସ୍ତ୍ରୀକୁ ହତ୍ୟା ଉଦ୍ୟମ  :  ସ୍ବାମୀ ଗିରଫ

ଦୀର୍ଘ ଦିନ ଧରି ନିର୍ଯାତନା ଦେବା ପରେ ଶାନ୍ତ ହୋଇନଥିଲା ସ୍ବାମୀର ମନ। ଛୁରୀରେ ସ୍ତ୍ରୀ କୁ ହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ହଠାତ୍ ପହଞ୍ଚି ଯାଇଥିଲା ପୁଲିସ। ଫଳରେ ମହିଳାଙ୍କ ଜୀବନ ବଞ୍ଚି ଯାଇଥିଲା। ଏଭଳି ଏକ ଅଭାବନୀୟ ଘଟଣା ତାମିଲନାଡୁର କନ୍ୟାକୁମାରୀରେ ଘଟିଛି।

କନ୍ୟାକୁମାରୀର ୫୩ ବର୍ଷିୟ ସୁରେଶରାଜନ୍ ୪୦ ବର୍ଷର ସ୍ତ୍ରୀ ଏପଶିବାଇଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଏମାନଙ୍କ ବିବାହକୁ ୧୫ ବର୍ଷ ହୋଇଯାଇଥିଲେ ମଧ୍ୟ କୌଣସି ସନ୍ତାନ ନଥିଲେ। ଯାହାକୁ ଘରେ ଅସନ୍ତୋଷ ଦେଖା ଦେଇଥିଲା। ଅଗଷ୍ଟ ୨ରେ ଏପଶିବାଇ କୋର୍ଟରେ ଏକ ସରକାରୀ ଚାକିରି ପାଇଲେ ଏବଂ ସେ ସେଠାକୁ ଯିବା ଆରମ୍ଭ କରି ଦେଇଥିଲେ। କିନ୍ତୁ ତାଙ୍କ ସ୍ୱାମୀ ସୁରେଶରାଜନ୍ ଏହା ପସନ୍ଦ ନଥିଲା। ସେ ଏପଶିବାଇଙ୍କୁ  ଏକ ଚେୟାରରେ ବାନ୍ଧି ନିର୍ଯାତନା ଦେଇଥିଲେ। ପେଟ୍ରୋଲ ଢାଳି ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଏହି ସମୟରେ ପଡୋଶୀମାନେ ତାଙ୍କ ଚିତ୍କାର ଶୁଣି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ଜୀବନ ରକ୍ଷା କରିଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳେ ପରିବେଶ ଅତ୍ୟନ୍ତ ଭୟାଙ୍କର ଥିଲା। ମହିଳା ଜଣକ ଚେୟାରରେ ବନ୍ଧା ହୋଇଥିଲେ ଏବଂ ତାଙ୍କ ସ୍ୱାମୀ ଛୁରୀରେ ବେକ କାଟିବାକୁ ଯାଉଥିଲେ। ହତ୍ୟା ଉଦ୍ୟମ ଅଭିଯୋଗରେ ଘଟଣାସ୍ଥଳରୁ ପୁଲିସ ସୁରେଶରାଜଙ୍କୁ ଗିରଫ କରିଛି।

 

 

Leave a Reply

Your email address will not be published. Required fields are marked *