ରାଜଧାନୀରେ ବେଆଇନ ଭାବେ ଚାଲିଥିବା ବାଣ ବଜାରରେ ବିଏମସିର ଯାଞ୍ଚ, ନିୟମ ନମାନିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ରାଜଧାନୀରେ ବେଆଇନ୍‌ ଭାବେ ଚାଲିଥିବା ବାଣ ଦୋକାନ ଉପରେ ତୀକ୍ଷ୍ଣ ନଜର ରଖିଛି ବିଏମ୍‌ସି ଟିମ୍ । ବାଣ ବଜାରରେ ନିର୍ଦ୍ଧାରିତ ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ବାଣ ଦୋକାନ ଖୋଲିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବିଏମ୍‌ସିର ସ୍ୱତନ୍ତ୍ର ଟିମ୍ ।

ଏଥି ସହିତ ବିଏମ୍‌ସି ମେୟରଙ୍କ ସହ ଲାଇସେଲ ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ନେଇ ଗଠିତ ଟିମ୍ ରାଜଧାନୀର ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ଉ କରିବା ସହ ଯାଞ୍ଚ କରୁଛନ୍ତି । ବାଣ ଦୋକାନରେ ସୁରକ୍ଷା ନିରାପତ୍ତା ଓ ଅଗ୍ନି ନିର୍ବାପକ ଉପରେ ଗୁରୁତର ଦିଆଯାଉଛି । ଦୋକାନରେ ବିଏମସିର ନୀତି ନିୟମ ଅନୁଯାୟୀ କରଯାଇଛି ନା ନାହିଁ ତାହାର ଯାଞ୍ଚ କରାଯାଉଛି ।

Leave a Reply

Your email address will not be published. Required fields are marked *