ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ନୂଆବନ୍ଧ ଗାଁରେ ମୂଷା ବିଷ ଖାଇ ୧୭ ବର୍ଷୀୟା ନାବାଳିକା ଆତ୍ମହତ୍ୟା କରିଛନ୍ତି । ମୃତକ ଜଣଙ୍କ ହେଉଛନ୍ତି ସସ୍ମିତା ମହାନ୍ତ । ପୋଲିସର ସୂଚନା ଅନୁଯାୟୀ ପାରିବାରିକ କଳହକୁ ନେଇ ସସ୍ମିତା ଗୁରୁବାର ମୁଷାମାରି ଖାଇ ଗୁରୁତର ହୋଇଥିଲେ ।
ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କରଞ୍ଜିଆ ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା । ଶନିବାର ସସ୍ମିତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପାଟଣା ପୋଲିସ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି । ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟ ମମଲା ରୁଜୁ ହୋଇଥିବା ଜଣାପଡ଼ିଛି ।
