ପୁରୀ : ପୁରୀ ଜିଲ୍ଳା ଡେଲାଙ୍ଗ ହରିରାଜପୁର ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ମହାଦେବଙ୍କ ମନ୍ଦିରରୁ ବାହାରିଲା ୨୦୦ ଵର୍ଷ ପୁର୍ବର ପୁରୁଣା କାଠଖୋଦିତ ଲେଖା । ଏହା ପୁରାତନ ଭୋଗମଣ୍ଡପର ଚାଳକୁ ଟେକି ରଖିଥିବା କାଠ ନିର୍ମିତ ଏକ ଗୁଜ, ସେଥିରେ ଦୁଇ ଶହ ବର୍ଷ ପୂର୍ବେ ଓଡିଆ ଭାଷାରେ ଲେଖା ଯାଇଥିବା ସ୍ପଷ୍ଟ ପଢ଼ି ହେଉଛି ।
ଅନିଲ ଧୀରଙ୍କ ନେତୃତ୍ଵରେ ଠାବ କଲା ଇଂଟାକ୍ ଟିମ । ଟିମର ତିନି ଜଣିଆ ସଦସ୍ୟ କାଠ ଖୋଦିତ ଲେଖା ସହ ପୂର୍ବରୁ ଅନୁସନ୍ଧାନ କରିଥିବା ପିପିଲି ନିଜିଗଡକରୂକି ସ୍ଥିତ ରାଣୀକୂଅର ପାରିପାର୍ଶ୍ବିକ ଅଞ୍ଚଳ କଲେ ପରିଦର୍ଶନ । ଆହୁରି ବନ୍ତଳ ମୁନଡିଆ ଠାରେ ୫ ଵର୍ଷ ପୂର୍ବେ ପ୍ରାୟ ୩୫ ଶହ ଵର୍ଷ ପୁରୁଣା ୭ ଫୁଟର କଙ୍କାଳ ବାହାରିଥିବା ସ୍ଥାନ ବୁଲି ଅନୁସନ୍ଧାନ କରିଥିଲେ । ଅଧିକ କିଛି ପୁରାତନ ଜିନିଷ ରହିଥିବା ନେଇ କହିଛନ୍ତି ଇଂଟାକ୍ ଟିମ ।
ପରେ ପିପିଲି ମଙ୍ଗଳପୁର ସ୍ଥିତ ଶ୍ରୀ ମଙ୍ଗଲେଶ୍ଵର୍ ମହାଦେବଙ୍କ ମନ୍ଦିରର ଚତୁପାର୍ଶ୍ଵ ବୁଲି ଦେଖିଥିଲେ । ୭ ଶହ ବର୍ଷ ତଳର ବହୁ ପୁରାତନ ମୂର୍ତ୍ତୀ ସବୁ ବାହାରେ ପଡ଼ିଥିବା ଦେଖି ଉଦବେଗ ପ୍ରକାଶ କରିଥିଲେ । ବାହାରେ ପଡ଼ିଥିବା ମୂର୍ତ୍ତୀମାନଙ୍କ ମଧ୍ୟରେ ବରାହି, ଆସ୍ତିକ, ଜରତକରୁ, କ୍ଷେତ୍ରପାଳି, ଚକ୍ର ନାରାୟଣ, ପୁରାତନ ଅମଳର ଶିଳାମୂର୍ତ୍ତି ଠାଵ କରିବା ସହ ଏହା ତ୍ରୟୋଦଶ ଶତାବ୍ଧି ଅମଳର ମନ୍ଦିର ବୋଲି ସ୍ପଷ୍ଟ କରିଛନ୍ତି ଇଂଟାକ୍ ମୁଖ୍ୟ ଅନିଲ ଧୀର ।
