ଗଲୁଆ ନେତାଙ୍କ ଆଡ୍ଡା ହେବ ମଦବାର , ସ୍ଥାନୀୟ ଲୋକଙ୍କ ବିରୋଧ ପରେ ଅଡୁଆରେ ଭାଡୁଆ ନେତା !

ନୀଳଗିରି : ନୀଳଗିରିରେ ପାନ ଦୋକାନ ଠାରୁ ଅଧୀକ ବେଆଇନ ମଦ ଦୋକାନ ଥିବା ବେଳେ ମଦୁଆଙ୍କ ଉତପାତ କାହାକୁ ଅଛପା I ତେବେ ପୁଣି ଜନବସତିରେ ମଦବାର ଖୋଲି ବାକୁ ଯୋଜନା ଚାଲିଥିଲେ ବେଳେ ମଦୁଆଙ୍କ ପାଦ୍ରୁଭାବରେ ରହିହେବନି ବୋଲି କହି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ I  ତେବେ ନୀଳଗିରି ଏନସି 7 ନମ୍ୱାବର ଓ୍ବାର୍ଡ ବାଲି ଗୋହିରିଗ୍ରାମର ଖାତା ନଂ-୫୧୨/୨୬୪ ଓ ପ୍ଲଟ ନଂ ୧୮୨୨/୧୮୨୪/୨୪୬୩ ସ୍ଥାନରେ ଏକ ମଦବାର କରିବାକୁ ଯୋଜନା ଆରମ୍ଭ ହୋଇଛି ।ଏହି ସ୍ଥାନଟି ସେରଗଡ ନୀଳଗିରି ରାଜ୍ୟ ରାଜପଥ ୧୯ କୁ ଲାଗି ରହିଛି । ୧୦୦ ମୀଟର ଦୁରରେ ଏସଆର ପେଟ୍ରୋଲ ପମ୍ପ ଏବଂ ଗ୍ରାମଦେବତୀ ଦୁସୁମାଳୀ ଠାକୁରାଣୀ ଓ ସତସଙ୍ଗ ବିହାର କେନ୍ଦ୍ର ରହିଛି । ଉକ୍ତ ସ୍ଥାନରେ ୧୦୦ ମିଟର ଦୂରରେ ବହୁ ଶିକ୍ଷିତ ଓ ହରିଜନ ବସ୍ତି ରହିଛି। ପ୍ରସ୍ତାବିତ ମଦବାର ଘର ଉପରେ ୬୬୦ ଭଲ୍ଟର ବିଦ୍ୟୁତ ତାର ଯାଇଛି ଯାହା ସମସ୍ତଙ୍କ ପାଇଁ ବିପଦପୂର୍ଣ୍ଣ । ଉକ୍ତ ସ୍ଥାନରେ ମଦବାର ହେଲେ ମଦ୍ୟପଙ୍କ ପ୍ରଭାବରେ ଘର କରି ରହିଥିବା ଶିକ୍ଷିତ ଲୋକ ତଥା ସେମାନଙ୍କ ଝିଅ ବହୁଙ୍କ ସମ୍ମାନ କ୍ଷୁର୍ଣ୍ଣହେବ। ମଦବାର କରାଯାଉଥିବା ସ୍ଥାନରେ ପୂର୍ବରୁ ଚୋରି,, ଛିନ୍ତାଇ, ଡକାୟତି ଆଦି ଘଟୁଥାଏ ମଦବାର ଖୋଲା ଗଲେ ଏହା ଦ୍ବିଗୁଣିତ ହେବ। ସ୍ଥାନଟି ରାଜପଥକୁ ଲାଗିଥିବାରୁ ଦୁର୍ଘଟଣା ବୃଦ୍ଧିପାଇବା ସହିତ ଗ୍ରାମଦେବତୀ , ସତସଙ୍ଗବିହାରରେ ସେବାକାର୍ଯ୍ୟରେ ବ୍ୟାଘାତ ହେବା ସହିତ ମଦ୍ୟପଙ୍କ ଅଶ୍ଳିଳ ଆଚରଣରେ ସାଧାରଣ ଲୋକ ଶୀକାର ହେବେ। ତତସହିତ ୬୬୦ ହଜାର ବିଦ୍ୟୁତ ତାର ପ୍ରଭାବରେ ମଦ୍ୟପ ଅଞ୍ଚଳବାସୀ ଶୀକାର ହୋଇପାରନ୍ତି ବୋଲି ନୀଳଗିରି ଏସଏଚଜି ମହିଳା ସଂଘର ସମ୍ପାଦିକା ରଜନୀ ମହାନ୍ତି ସମେତ ସଂଘ ପକ୍ଷରୁ ବିରୋଧ କରାଯାଇଛି । ତେବେ କିଛି ଗଲୁଆ ନେତା ମୁଟା ଅଙ୍କର ଟଙ୍କା ନେଇ ଏଇ ମଦବାର ଖୋଲିବାକୁ କମ୍ବରରେ ଗାମୁଛା ବାନ୍ଧିଥିବା ଜଣା ପଡିଛି I ଏପ଼େ ମଦବାରକୁ ସ୍ବକ୍ରୁତି ଦେଲେ ରାଜରାସ୍ତାକୁ ଉହ୍ଲେଇବେ ବୋଲି ଲୋକ ଚେତାବନି ଦେଇଛନ୍ତି I

Leave a Reply

Your email address will not be published. Required fields are marked *