ଗୋଟିଏ ନମ୍ବରରେ କଲ୍ କଲେ ମିଳିବ ଅଗ୍ନିଶମ, ଆମ୍ବୁଲାନ୍ସ ଓ ପୁଲିସ ସେବା

କଟକ : ଗୋଟିଏ ନମ୍ବରରେ କଲ କଲେ ମିଳିବ ୩ ଟି ସେବା । ଅଗ୍ନିଶମ, ଆମ୍ବୁଲାନ୍ସ ଓ ପୁଲିସ ସେବା ପାଇଁ ଏଣିକି ଗୋଟିଏ ନମ୍ବରକୁ କଲ କଲେ ଏହି ୩ ଟି ସେବା ମିଳିବ । ୧୧୨ କୁ ଡାଏଲ କରିଲେ ଏହି ସେବା ଉପଲବ୍ଧ ହେବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୦ ଟି ଜିଲ୍ଲାରେ ଏହି ସେବା ଉପଲବ୍ଧ ହେବ । ଏହି ସେବା ଆଜି ଠାରୁ ଶୁଭାରମ୍ଭ କରାଯାଇଛି ।

କଟକା ଓଏମପି ସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ଏହାର ଶୁଭାରମ୍ଭ କରାଯାଇଛି । ରାଜ୍ୟ ସ୍ୱତନ୍ତ୍ର ଡିଜି ମନୋଜ ଛାବ୍ରା ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୦୬ ଟି ଗାଡ଼ି ପ୍ରଦାନ କରାଯାଇଛି । ତେବେ ଏହା ସାଧାରଣ ଲୋକଙ୍କ ପାଇଁ ବେଶ ଲାଭଦାୟକ ହେବ ବୋଲି ସ୍ୱତନ୍ତ୍ର ଡିଜି କହିଛନ୍ତି ।

Leave a Reply

Your email address will not be published. Required fields are marked *