ଭୁବନେଶ୍ୱର : ରାଜଧାନୀରେ ଆତଙ୍କ ଖେଳାଉଛନ୍ତି ଲୁଟେରା । ୨୪ ଘଣ୍ଟାରେ ୬ଟି ସ୍ଥାନରେ ଲୁଟ୍ । କଳିଙ୍ଗନଗରବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଲୁଟର ଶିକାର ହୋଇଛନ୍ତି ଭଗତପୁର ଥାନା ଅନ୍ତର୍ଗତ ପାଇକରାପୁର ବିଡିଏ ଆପାର୍ଟମେଣ୍ଟ ରହୁଥିବା ପ୍ରଫେସର ଅଣେନ୍ଦ୍ର ନନ୍ଦ ଓ ପତ୍ନୀ ଅନିମା ।
ଗତକାଲି ସକାଳ ମର୍ଣ୍ଣିୱାକ ଯାଉଥିବାବେଳେ କେ-୨ସ୍ଥିତ ଓମଫେଡ୍ ଛକ ନିକଟରେ ପଛପଟୁ ୩ ଟି ବାଇକ ସେମାନଙ୍କୁ ଅତିକ୍ରମ କରିଥିଲେ । ଗୋଟିଏ ବାଇକରେ ଥିବା ୩ ଲୁଟେରା ଦାମ୍ପତିଙ୍କୁ ଅଟକାଇଥିଲେ । ମୁଣ୍ଡରେ ବନ୍ଧୁକ ଲଗାଇ ସୁନାଚେନ୍ ଛିଡ଼ାଇ ନେଇ ଫେରାର୍ ହୋଇଯାଇଥିଲେ ।
ସେହିପରି ବିପୁଲ ଗାର୍ଡେନ ସାମ୍ନା ସକାଳ ସାଢ଼େ ୬ଟା ବେଳେ ଜଣେ ମହିଳା ମର୍ଣ୍ଣିୱାକ୍ କରି ଫେରୁଥିବା ବେଳେ ଦୁଇ ଜଣ ଲୁଟେରା ତାଙ୍କୁ ବନ୍ଧୁକ ଦେଖାଇ ସୁନାଚେନ୍ ଝାମ୍ପି ନେଇଛନ୍ତି । ସେ ଚିତ୍କାର କରିବା ବେଳେ ତାଙ୍କ ଆଡ଼କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଫେରାର୍ ହୋଇଯାଇଛନ୍ତି । ଯାହାକୁ ନେଇ କଳିଙ୍ଗନଗର ଅଞ୍ଚଳର ୫ଟି ଆପାର୍ଟମେଣ୍ଟରେ ରହୁଥିବା ଅଧିବାସୀମାନେ ଭରତପୁର ଥାନାରେ ଏତଲା ଦେଇଛନ୍ତି । ଏଥିସହ ଉକ୍ତ ଅଞ୍ଚଳରେ ସିସିଟିଭି ଲଗାଇବା ସହ ପ୍ରାଟ୍ରୋଲିଂ କରିବାକୁ ନିବେଦନ କରିଛନ୍ତି ଅଞ୍ଚଳବାସୀ ।
