ସମ୍ବଲପୁର ରେଳ ଷ୍ଟେସନରେ ୬.୫ କିଗ୍ରା ଗଞ୍ଜେଇ ଜବତ

ସମ୍ବଲପୁର : ସମ୍ବଲପୁର ରେଳବାଇ ପୁଲିସ ପକ୍ଷରୁ ଜାରି ସର୍ତକ ଓ ନାର୍କୋ ଅଭିଯାନ ଅର୍ନ୍ତଗତ ଷ୍ଟେସନ ଗୁଡିକରେ ବ୍ୟାପକ ସର୍ତକତା ଓ ଚେକିଂ ଅଭିଯାନ ଜାରି ରହିଛି । ଏହି କ୍ରମରେ ନିୟମିତ ସମ୍ବଲପୁର ରେଳ ଷ୍ଟେସନରେ ରେଳବାଇ ପୁଲିସ ବଳ, ରାଜ୍ୟ ଅବକାରୀ, ଅବକାରୀ ବିଭାଗର ଇଆ ଓ ଇବି ୟୁନିଟ, ସିଆଇବି ୟୁନିଟ ମିଳିତ ଭାବରେ ଚେକିଂ କରାଯାଉଛି । ମଙ୍ଗଳବାର ସକାଳ ପ୍ରାୟ ୮ଟା ସମୟରେ ସମ୍ବଲପୁର ରୋଡ ଷ୍ଟେସନର ପ୍ଲାଟଫର୍ମ ସଂଖ୍ୟା ୧ ରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରିଥିଲେ । ଯାଞ୍ଚ ସମୟରେ ମଧ୍ୟ ପ୍ରଦେଶ ରାଜ୍ୟର ଜବଲପୁର ଜିଲାର ବରେଲା ନିବାସୀ ସାହିଲ ମସ୍ରମ (୧୮) ଙ୍କ ନିକଟରୁ ଏକ ନୀଳ ରଙ୍ଗର ବ୍ୟାଗରେ ପ୍ଲାଷ୍ଟିକ ଟ୍ୟାପରେ ବନ୍ଧା ଯାଇଥିବା ୭ଟି ପ୍ୟାକେଟରେ ୬.୫ କିଗ୍ରା ଗଞ୍ଜେଇ ଜବତ କରାଯାଇଥିଲା ।

ଏ ସର୍ମ୍ପକରେ ରାଜ୍ୟ ଅବକାରୀ ବିଭାଗ ସମ୍ବଲପୁରର ଅବକାରୀ ଇଆଇ ଓ ଇବି ୟୁନିଟ ମାମଲା ସଂଖ୍ୟା ୬୨/୨୦୨୨ ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି ଗଞ୍ଜେଇଗୁଡିକୁ ଜବତ କରିଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୫ ହଜାର ଟଙ୍କା ଟଙ୍କା ହେବ । ଏହି ମିଳିତ ଚଢ଼ାଉ ଅଭିଯାନରେ ଆପିଏଫର ମୁନ୍ନା ଯାଦବ, ଆର. କେ. ମିଶ୍ର, ଶଶିକାନ୍ତ ରଥ ଙ୍କ ସମେତ ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ଥିଲେ । ସୂଚନାଯୋଗ୍ୟ ଯେ, ବିଗତ ୭ ଦିନ ମଧ୍ୟରେ ସମ୍ବଲପୁର ରେଳ ଷ୍ଟେସନରେ ଚଢ଼ଉ ଅଭିଯାନ ସମୟରେ ୫୦ କିଗ୍ରାରୁ ଉର୍ଦ୍ଧ ଅବୈଧ୍ୟ ଗଞ୍ଜେଇ ରେଳ ଯୋଗେ ଚାଲାଣ ହେବାକୁ ଥିବା ବେଳେ ଗଞ୍ଜେଇ ସମେତ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ।

Leave a Reply

Your email address will not be published. Required fields are marked *