ସୁନା ଦୋକାନୀଙ୍କ ଠାରୁ ଲୁଟ, ୫ ଲକ୍ଷ ଟଙ୍କାର ସୁନା ଗହଣା ଭର୍ତ୍ତି ବ୍ୟାଗ ଲୁଟିନେଲେ ୩ ଲୁଟେରା

ଖଣ୍ଡଗିରି : ସୁନା ଦୋକାନୀଙ୍କ ଠାରୁ ଲୁଟ । ବିଳମ୍ବିତ ରାତିରେ ଦୋକାନ ବନ୍ଦ କରି ସ୍କୁଟିରେ ଯାଉଥିବା ବେଳେ ଲୁଟିନେଲେ ଲୁଟେରା । ୫ ଲକ୍ଷ ଟଙ୍କାର ସୁନା ଗହଣା ଭର୍ତ୍ତି ବ୍ୟାଗ ଲୁଟ ହୋଇଥିବା ସୂଚନା । ଗୋଟିଏ ପଲସରରେ ୩ ଜଣ ଲୁଟେରା ଲୁଟ କରିଥିବା ଅଭିଯୋଗ । ଶତାବ୍ଦୀ ନଗର ଅଞ୍ଚଳରେ ଏହି ଘଟଣା ଘଟିଛି । ଏନେଇ ସୁନା ଦୋକାନୀ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଘଟଣା ସ୍ଥଳରେ ତଦନ୍ତ କରୁଛି ପୋଲିସ ।

Leave a Reply

Your email address will not be published. Required fields are marked *