ବେପରୁଆ ଭାବେ ଗାଡି ଚାଳକଙ୍କୁ ଜଗିବ ଦିଶା

ଭୁବନେଶ୍ୱର : ଅମାନିଆ ଗାଡିଚାଳକ ସାବଧାନ ! ବେପରୁଆ ଭାବେ ଗାଡି ଚଲାଉଥିବା ଚାଳକଙ୍କୁ ଏଥର ଜଗିବ ଦିଶା । ଦିଶାର ନଜରରେ ରହିବେ ଦୃତ ଗତିରେ ଚଳାଉଥିବା ଚାଳକମାନେ । ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ରୋକିବା ସହ ବେପରୁଆ ଗାଡି ଚାଳନା ଉପରେ ରୋକ୍‌ ଲାଗାଇବା ପାଇଁ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଦିଶା । ଦିଶାର ଅର୍ଥ ହେଉଛି ଡ୍ରାଇଭିଂ ଇଲେକ୍ଟୋନିକ ଏନଫୋର୍ସମେଣ୍ଟ ଟୁ ସେଭ୍‌ ହ୍ୟୁମାନ ଲାଇଫ୍‌ ।

ରାମେଶ୍ୱର ଠାରୁ ପାଣିକୋଇଲି ପର୍ଯ୍ୟନ୍ତ ଦୀର୍ଘ ୧୪୦ କିଲୋମିଟର ରାସ୍ତାରେ ଏହି ଯୋଜନା କାର୍ଯ୍ୟକାରୀ ହେବ ।  ଏହି ରାଜପଥର ୨୧ଟି ସ୍ଥାନରେ ରାସ୍ତାର ଦୁଇ ପାର୍ଶ୍ୱରେ କ୍ୟାମେରା ଲଗାଯିବା ସହ ସିଗ୍‌ନାଲ ଟାଓ୍ୱାର ଲଗାଯାଇଛି । ଏହି କ୍ୟାମେରା ନଜରରେ ରହିବେ ଉଲ୍ଲଙ୍ଘନକାରୀ ଗାଡି ଚାଳକ । ସେହିପରି ଓଡିଶାର ତିନ ପ୍ରବେଶ ପଥରେ ମଧ୍ୟ ରହିଛି କ୍ୟାମେରା ।

କେବଳ ଆଇନ୍‌ ଉଲ୍ଲଙ୍ଘନକାରୀ ନୁହେଁ ପଡୋଶୀ ରାଜ୍ୟ ସୀମାରୁ ପ୍ରବେଶ କରୁଥିବା ଗାଡିର ଗତିବିଧି ଉପରେ ମଧ୍ୟ ନଜର ରଖିବ ଏହି କ୍ୟାମେରା । ତେବେ ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ବଢୁଥିବାରୁ ଏବଂ ଦୁର୍ଘଟଣାକୁ ରୋକିବା ପାଇଁ ପରିବହନ ବିଭାଗ ପକ୍ଷରୁ ଏଭଳି ଏକ ଯୋଜନା କରାଯାଇଛି ।

ଏହି ବ୍ୟବସ୍ଥାରେ ଅତ୍ୟାଧୁନିକ ଏଏନପିଆର ଅର୍ଥାତ୍‌ ଅଟୋମେଟିକ୍‌ ନମ୍ବର ପ୍ଲେଟ ରେକଗନାଇଜେସନ୍‌ କ୍ୟାମେରା ରହିଛି । ସେହିପରି ଏହି କ୍ୟାମେରାରେ ଏଆଇ(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ )ରହିଛି  ଯାହା ସ୍ପିଡ୍‌ ରେକର୍ଡ କରିବ । ଏବେ ସ୍ପିଡ୍‌ ଲିମିଟ୍‌ ଧରିବା ପାଇଁ ୫ଟି ସ୍ଥାନରେ ପ୍ରାଥମିକ ପର୍ଯ୍ୟାୟରେ ଆରମ୍ଭ ହୋଇଯାଇଛି ।

Leave a Reply

Your email address will not be published. Required fields are marked *