ଏଥର ଶୀଘ୍ର ଆସିପାରେ ମୌସୁମୀ ବାୟୁ

ଭୁବନେଶ୍ୱର : ଏଥର ଶୀଘ୍ର ଆସିପାରେ ମୌସୁମୀ ବାୟୁ । ମୌସୁମୀ ବାୟୁ ପ୍ରବାହ ନେଇ ଅନୁକୂଳ ରହିଛି ପାଣିପାଗ । ମେ ୧୫ ତାରିଖରେ ଆଣ୍ଡାମାନ ସାଗର ଓ ପାଶ୍ବବର୍ତୀ ଅଞ୍ଚଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ । ନିର୍ଦ୍ଦାରିତ ସମୟର ୫ ଦିନ ପୂର୍ବରୁ ମୌସୁମୀ ବାୟୁ ଆସୁଥିବାରୁ କେରଳକୁ ମଧ୍ୟ ଶୀଘ୍ର ଆସିବ ବୋଲି ପୂର୍ବାନୁମାନ ହୋଇଛି ।

ତେଣୁ ରାଜ୍ୟକୁ ମଧ୍ୟ ଶୀଘ୍ର ଛୁଇଁପାରେ ମୌସୁମୀ ବାୟୁ । ବାୟୁମଣ୍ଡଳ ଚାପରେ ତାରତମ୍ୟ ଯୋଗୁଁ ଦକ୍ଷିଣ ଗୋଲାର୍ଦ୍ଧରୁ ମୌସୁମୀ ବାୟୁ ଉତ୍ତର ଗୋଲାର୍ଦ୍ଧକୁ ପ୍ରବେଶ କରୁଛି । ଯାହା ଫଳରେ ମୌସୁମୀ ବାୟୁ ଶୀଘ୍ର ଆଣ୍ଡାମାନ ସାଗର ଛୁଇଁବ । ସାଧାରଣତଃ ଜୁନ ୧ ତାରିଖରେ କେରଳ ଓ ଜୁନ ୧୦ରେ ମୌସୁମୀ ବାୟୁ ଓଡିଶାରେ ପ୍ରବେଶ କରେ ।

ହେଲେ ଏଥର ସମୟର ୫ ଦିନ ପୂର୍ବରୁ ମୌସୁମୀ ବାୟୁ ଆସିବ ବୋଲି ପୂର୍ବାନୁମାନ କରାଯାଉଛି । ଅନ୍ୟପଟେ ବାତ୍ୟା ସମ୍ପୂର୍ଣ୍ଣ ଦୁର୍ବଳ ହୋଇ ସୁଦୃଶ ଲଘୁଚାପରେ ପରିଣତ ହୋଇଛି । ଫଳରେ ଓଡିଶା ଉପରେ ଏହାର କୌଣସି ପ୍ରଭାବ ଆଉ ରହିବ ନାହିଁ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *