ବାରିପଦା : ନା ବର୍ଷା ନା ବନ୍ୟା, ଡହଡହ ଖରାରେ ଭାଙ୍ଗିଲା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ମୁଖ୍ୟ କେନାଲ । ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଦେଇ ଯାଇଥିବା ଜମ୍ଭିରା ଡ୍ୟାମର ବିରାଟକାୟ ମୁଖ୍ୟ କେନାଲ ଭାଙ୍ଗିଛି । ନିମ୍ନମାନର କାମ ଲାଗି ଭାଙ୍ଗିଥିବା ଅଭିଯୋଗ ।
ତେବେ ଏଥିଲାଗି ୨୭ ବର୍ଷରୁ ଅଧିକ ସମୟ ଓ ୨୭୦୦ କୋଟିରୁ ଅଧିକ ବ୍ୟୟ ହୋଇଥିଲା । କିନ୍ତୁ ଏହା ପରେ ମଧ୍ୟ ନିମ୍ନ ମାନର କାମ ଲାଗି କେନାଲ ଭାଙ୍ଗିଥିବା ଚାଷୀମାନଙ୍କ ଅଭିଯୋଗ । ପ୍ରତିବର୍ଷ ଜମ୍ଭିରା ଶାଖା କେନାଲ ଉପରେ ହଜାର ହଜାର ଚାଷୀ ନିର୍ଭର କରନ୍ତି । ହେଲେ ଧାନ ଚାଷ ସମୟରେ କେନାଲ ଭାଙ୍ଗି ଯାଇଥିବାରୁ ଚାଷ ନଷ୍ଟ ହେବା ନେଇ ଆଶଙ୍କା କରାଯାଉଛି । ଅନ୍ୟପଟେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଚାଷୀମାନଙ୍କ ପକ୍ଷରୁ ଦାବି କରାଯାଇଛି ।
