ଶିକ୍ଷକ ଅଭାବ ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ଯାଜପୁରରୋଡ଼ : ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରଛାତ୍ରୀ । ସ୍କୁଲ ଗେଟ୍‌ରେ ତାଲା ପକାଇ କଲେ ପ୍ରତିବାଦ । ଶିକ୍ଷକ ଅଭାବ ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ଖବର ଅନୁଯାୟୀ, ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବ୍ରଜସୁନ୍ଦର ହାଇସ୍କୁଲରେ ଗତ କିଛି ଦିନ ହେଲା ଶିକ୍ଷକ ଅଭାବ ରହିଆସିଛି । ବାରମ୍ବାର ଅଭିଯୋଗ ପରେ ବି କୌଣସି ପଦକ୍ଷେପ ନିଆଯାଇନଥିଲା । ଶେଷରେ ଆଜି ଛାତ୍ରଛାତ୍ରୀମାନେ ସ୍କୁଲ ଗେଟ୍‌ରେ ତାଲା ପକାଇ ପ୍ରତିବାଦ ଜଣାଇଛନ୍ତି । ଶିକ୍ଷକ ଅଭାବ ପ୍ରତିବାଦରେ ଆନ୍ଦୋଳନ କରୁଛନ୍ତି ଛାତ୍ରଛାତ୍ରୀ । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରଛାତ୍ରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *