ବିଜେବି କଲେଜରେ ୮ ଛାତ୍ରଛାତ୍ରୀ ଜାଲ୍ ସାର୍ଟିଫିକେଟ ଦେଇ କରିଛନ୍ତି ଆଡମିସନ୍

ଭୁବନେଶ୍ୱର : ଭଦ୍ରକ ପରେ ଏବେ ରାଜଧାନୀ ଭୁବନେଶ୍ୱରରେ ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ରେ କଲେଜରେ ଆଡମିସନ୍ ଘଟଣା ପଦାକୁ ଆସିଛି । ତିନି ବର୍ଷର ତଥ୍ୟ ଯାଞ୍ଚ କରିବା ପରେ ବିଜେବି କଲେଜରେ ୮ ଜଣ ଛାତ୍ରଛାତ୍ରୀ ଜାଲ୍ ସାର୍ଟିଫିକେଟ ଦେଇ ଆଡମିସନ୍ କରିଥିବା କର୍ତ୍ତୃପକ୍ଷ ଜାଣିବାକୁ ପାଇଛନ୍ତି ।

ବିଜେବି ସ୍ୱୟଂଶାସିତ କଲେଜରେ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ନିରଞ୍ଜନ ମିଶ୍ର ବଡ଼ଗଡ଼ ଥାନାରେ ଏତଲା ଦେଇଛନ୍ତି । ପୁଲିସ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ଆଇପିସି ଦଫା ଲଗାଇଛି । ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ଏହି ସାର୍ଟିଫିକେଟ୍ କେମିତି ହାତେଇଲେ ? ସେନେଇ ତଦନ୍ତ ହେବ ବୋଲି କହିଛନ୍ତି, ବିଜେବି କଲେଜ ପ୍ରିନ୍ସିପାଲ । ୩ ବର୍ଷର ଛାତ୍ରଛାତ୍ରୀ ଏଥିରେ ସଂପୃକ୍ତ ଅଛନ୍ତି ବୋଲି ସୂଚନା ରହିଛି ।

Leave a Reply

Your email address will not be published. Required fields are marked *