ପୁରୀବାସୀଙ୍କ ଓ୍ୱାଡଓ୍ୱାରୀ ଜଗା ଦର୍ଶନ

ପୁରୀ: ଆଜି ଠାରୁ ଆରମ୍ଭ ହୋଇଛି ପୁରୀବାସୀଙ୍କ ଓ୍ୱାଡଓ୍ୱାରୀ  ଜଗା ଦର୍ଶନ । ଦୁଇ ଦିନ ସେବାୟତଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଆଜିଠାରୁ ରତ୍ନସିଂହାସନରେ ଚତୁର୍ଦ୍ଧାବିଗ୍ରହଙ୍କ ସାନିଧ୍ୟ ନେଇ ମନବାଞ୍ଛା ପୂରଣ କରିବେ ପୁରୀବାସୀ। । ସକାଳ ୭ଟାରୁ ଓ୍ୱାର୍ଡ ବାସିନ୍ଦାମାନେ ତିନୋଟି ପର୍ଯ୍ୟାୟରେ ସନ୍ଧ୍ୟା ୭ଟା ପର‌୍ୟ୍ୟନ୍ତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇବେ।

ସେଥିପାଇଁ ପୁରୀବାସୀଙ୍କ ମନରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି। କୋଭିଡ କଟକଣା ଭିତରେ ଦର୍ଶନ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ କିଓସ୍କୋରେ ନିଜର ପରିଚୟପତ୍ର ଓ ପ୍ରଶାସନ ଦ୍ୱାରା ଦିଆଯାଇଥିବା ଟୋକନ୍ ଦେଖାଇବା ସହ ହାତକୁ ସାନିଟାଇଜ୍ କରି ବ୍ୟାରିକେଡରେ ଧାଡିରେ ଠିଆ ହୋଇ ସିଂହଦ୍ଵାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି । ଉତ୍ତର ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା କରଯାଇଛି । ଆଜିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନ କରିବେ । ସେପଟେ ଆସନ୍ତା ୨୩ ତାରିଖରୁ ସର୍ବସାଧାରଣଙ୍କ ନିମନ୍ତେ ଦର୍ଶନ ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *